ରାହୁଲ ଗାନ୍ଧୀ ଭାରତରେ ନେପାଳ ଏବଂ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିବାକୁ ଚାହୁଛନ୍ତି।

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଭୋଟ୍‌ ଚୋରି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ରାହୁଲଙ୍କୁ କଡ଼ା ଜବାବ ଦେଇ ବିଜେପି କହିଛି ଯେ ରାହୁଲ ଗାନ୍ଧୀ ଭାରତରେ ନେପାଳ ଏବଂ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି କରିବାକୁ ଚାହୁଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ଗୁରୁବାର ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଗଣତନ୍ତ୍ରକୁ ଦୁର୍ବଳ କରିବାପାଇଁ ଏବଂ ନାଗରିକଙ୍କୁ ବିଭ୍ରାନ୍ତ କରିବାପାଇଁ ଚେଷ୍ଟା‌ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରାଗ ଠାକୁର କହିଛନ୍ତି, ରାହୁଲ ଗାନ୍ଧୀ ଲଗାତାର ନିର୍ବାଚନ କମିସନଙ୍କ ବିରୋଧରେ ଅଭିଯୋଗ କରିବା ଦର୍ଶାଉଛି ଯେ କଂଗ୍ରେସ ଦଳର ଭାରତୀୟ ଗଣତନ୍ତ୍ର ଉପରେ ବିଶ୍ବାସ ନାହିଁ। ସେମାନେ ଅଭିଯୋଗର ରାଜନୀତିକୁ ସେମାନଙ୍କ ଅଳଙ୍କାରରେ ପରିଣତ କରିଛନ୍ତି।

Leave a Reply