‘ଅପରେସନ୍‌ ସିନ୍ଦୂର’କୁ ନେଇ ଏବେ ଏକ ଗୁରୁତ୍ବପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନୀଲ ଚୌହ୍ବାନ। ଅନିଲ ଚୌହାନ

ନୂଆଦିଲ୍ଳୀ: ପାକିସ୍ତାନ ବିରୋଧରେ ଭାରତ କରିଥିବା ‘ଅପରେସନ୍‌ ସିନ୍ଦୂର’କୁ ଏହା ମଧ୍ୟରେ ୫ ମାସ ହୋଇଗଲାଣି। ତେବେ ଏହି ‘ଅପରେସନ୍‌ ସିନ୍ଦୂର’କୁ ନେଇ ଏବେ ଏକ ଗୁରୁତ୍ବପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନୀଲ ଚୌହ୍ବାନ। ଅନିଲ ଚୌହାନ ପ୍ରକାଶ କରିଛନ୍ତି ଯେ ଭାରତ ଜାଣିଶୁଣି ମେ ୭ ତାରିଖ ରାତି ୧ଟାକୁ ‘ଅପରେସନ୍‌ ସିନ୍ଦୂର’ ପାଇଁ ବାଛିଥିଲା। ରାତି ସମୟ ଉକ୍ତ ଅପରେସନ୍‌ ପାଇଁ ପୂରା ଉପଯୁକ୍ତ ଥିଲା। କାରଣ ଅନ୍ଧାରରେ ସୁରକ୍ଷା ବଳର ଫଟୋ ଉଠାଇବା କ୍ଷମତା ଓ ସାଧାରଣ ନାଗରିକଙ୍କ ସୁରକ୍ଷା ଦେବାର କ୍ଷମତାକୁ ନେଇ ବିଶ୍ବାସ ଥିଲା। 

ସେ ଆହୁରି କହିଛନ୍ତି ଯେ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ପରି ସେ ଭୁଲ୍‌ କରିବାକୁ ଚାହୁଁନଥିଲେ, ଯେଉଁଠାରେ କୌଣସି ସାଟେଲାଇଟ୍ ପ୍ରମାଣ ଉପଲବ୍ଧ ନଥିଲା। ଏହାଛଡ଼ା ମେ ୭ ମଧ୍ୟରାତ୍ରିରେ ହୋଇଥିବା ଆକ୍ରମଣ ପ୍ରାତଃକାଳରେ ଆଜାନ (ମୁସଲମାନଙ୍କ ପ୍ରାର୍ଥନା) ଏବଂ ନମାଜକୁ ଏଡାଇବା ପାଇଁ କରାଯାଇଥିଲା। କାରଣ ଏପରି ନହୋଇଥିଲେ ଅନେକ ସାଧାରଣ ନାଗରିକଙ୍କ ଜୀବନ ବିପଦରେ ପଡ଼ିଥାନ୍ତା।

“ପୂର୍ବରୁ ଆମେ ବାଲାକୋଟ ଅପରେସନ କରିଥିଲୁ, କିନ୍ତୁ ଆମ ପାଖରେ ସାଟେଲାଇଟ୍ ଚିତ୍ର କିମ୍ବା ଫଟୋ ନଥିଲା। କିନ୍ତୁ ରାତିର ଅନ୍ଧାରରେ ପ୍ରମାଣ ସଂଗ୍ରହ କରିବାରେ ଅସୁବିଧା ସତ୍ତ୍ୱେ ଆମେ ଏବେ ରାତି ୧ଟାରେ (ଅପରେସନ୍ ସିନ୍ଦୂର) ଯାହା କରିଥିଲୁ, ତାହାର ଦୁଇଟି କାରଣ ଥିଲା। ପ୍ରଥମତଃ, ଆମର କ୍ଷମତା ଉପରେ ବିଶ୍ୱାସ ଥିଲା ଯେ ଆମେ ଚିତ୍ର ନେଇପାରିବୁ ଏବଂ ଦ୍ୱିତୀୟତଃ ଆମେ ସାଧାରଣ ନାଗରିକଙ୍କ ମୃତାହତକୁ ଏଡାଇବାକୁ ଚାହୁଁଥିଲୁ’’ ବୋଲି ପିଟିଆଇ ନ୍ୟୁଜ୍ ଏଜେନ୍ସିକୁ ଗୁରୁବାର ନୂଆଦିଲ୍ଲୀର ରାଜଭବନରେ ଏକ ଆଲୋଚନା ସମୟରେ ଜେନେରାଲ ଚୌହାନ କହିଛନ୍ତି।

Leave a Reply

Your email address will not be published. Required fields are marked *