କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’


କେସିଙ୍ଗା,କଳାହାଣ୍ଡି: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣା ପକ୍ଷରୁ ‘ଜାତୀୟ ପୋଷଣ ମାସ-୨୦୨୫’ ଏବଂ ‘ମା’ଙ୍କ ପାଇଁ ଗଛଟିଏ ୨.୦’ ବିଷୟବସ୍ତୁ ଉପରେ ଏକ କର୍ମଶାଳା କେସିଙ୍ଗା ବ୍ଲକ ଶୋଭାଗୃହଠାରେ ଆୟୋଜିତ ହୋଇଛି ।

ଏହି କର୍ମଶାଳାର ଉଦ୍ଘାଟନ, କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ସଭାପତିତ୍ୱରେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ପ୍ରଦୀପ ପ୍ରଜ୍ୱଳନ ଦ୍ଵାରା  ହୋଇଥିଲା। କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା କୁମାରୀ ମିଶ୍ର, ପଶ୍ଚିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. କୁଞ୍ଜବିହାରୀ ସାହୁ, କାଉନ୍ସେଲର ସରିତା ଝୁମା, ନୂଆପଡା ଡାକ୍ତରଖାନାର ପୂର୍ବତନ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋରେ ଚନ୍ଦ୍ର ପଟେଲ ଓ ବିଷ୍ଣୁ ଚରଣ ସାହୁ ଅତିଥି ବକ୍ତା ହିସାବରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *