ସ୍ୱଦେଶୀ ଜାଗରଣ ମଞ୍ଚ ଦ୍ବାରା ସ୍ବାସ୍ଥ୍ଯ ଶିବିର

ଜଳନ୍ଧର/ନୂଆଦିଲ୍ଲୀ। ପଞ୍ଜାବରେ ବନ୍ୟା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମେତ ବିବିଧ ସଂଗଠନର କାର୍ଯ୍ଯକର୍ତ୍ତମାନେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ବର୍ତ୍ତମାନ ବନ୍ୟା ଜଳ କମିବା ପରେ ସ୍ବୟସେବକମାନେ ମଧ୍ୟ ଲୋକଙ୍କୁ ରୋଗରୁ ରକ୍ଷା କରିବା ପାଇଁ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସ୍ୱଦେଶୀ ଜାଗରଣ ମଞ୍ଚ, AIIMS ଭଟିଣ୍ଡା ଏବଂ ସୀମା ସୁରକ୍ଷା ବାହିନୀର 155ତମ ଏବଂ 99ତମ ବାଟାଲିୟନ ସହିତ ମିଳିତ ଭାବରେ ହଜାରା ଏବଂ ନିହାଲା ଲାଭେରା ଗ୍ରାମରେ ଚିକିତ୍ସା ଶିବିର ଆୟୋଜନ କରିଥିଲା। ଚକ୍ଷୁ, ଚର୍ମରୋଗ, ଅସ୍ଥିରୋଗ ଏବଂ ସ୍ତ୍ରୀ ରୋଗର ବିଶେଷଜ୍ଞ ଡାକ୍ତରମାନେ ହଜାରରୁ ଅଧିକ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ।

ଏହି ଶିବିରରେ ଗ୍ରାମବାସୀଙ୍କୁ ମାଗଣାରେ ଆବଶ୍ୟକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା। ବନ୍ୟା ପରେ ବ୍ୟାପିପାରୁଥିବା ସମ୍ଭାବ୍ୟ ରୋଗକୁ ରୋକିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏହା ବ୍ୟତୀତ, ସ୍ୱଦେଶୀ ଜାଗରଣ ମଞ୍ଚ ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ଶୁଖିଲା ରାସନ୍, ଔଷଧ, ମଶାରୀ, ଡାଏପର, ପ୍ୟାଡ୍, ପୋଷାକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଥିଲା। ବିଭିନ୍ନ ସଂଗଠନର ସହାୟତାରେ ସୀମା ସୁରକ୍ଷା ବାହିନୀ ପୋଷ୍ଟଗୁଡ଼ିକୁ ବ୍ଲିଚିଂ ପାଉଡର, ଫିନାଇଲ୍ ଏବଂ ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯାଇଥିଲା।

ସ୍ୱଦେଶୀ ଏବଂ ଆତ୍ମନିର୍ଭରଶୀଳତାର ବାର୍ତ୍ତା

ସ୍ୱଦେଶୀ ଜାଗରଣ ମଞ୍ଚର ବରିଷ୍ଠ କାର୍ଯ୍ଯକର୍ତ୍ତା ବିନୟ କୁମାର କହିଛନ୍ତି ଯେ ସେବାକୁ ପ୍ରାଥମିକତା ଦେଉଥିବା ମଞ୍ଚ ସ୍ୱଦେଶୀ ଏବଂ ସ୍ୱାବଲମ୍ବନର ନୀତି ଅନୁଯାୟୀ ନିରନ୍ତର ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛି। ବନ୍ୟା ଜଳ କମିବା ପରେ ଅଞ୍ଚଳରେ ରୋଗ ବ୍ୟାପିବାର ଆଶଙ୍କା ରହିଛି ଏବଂ ଏହାକୁ ସମାଧାନ କରିବା ପାଇଁ ସେବା କାର୍ଯ୍ୟର ଗତି ବୃଦ୍ଧି କରାଯିବ।

ସ୍ୱଦେଶୀ ଜାଗରଣ ମଞ୍ଚର ରାଜ୍ୟ ପ୍ରଚାର ପ୍ରମୁଖ ଅରୁଣ ବେରୀ ମଞ୍ଚକୁ ସମର୍ଥନ କରିଥିବା ସମସ୍ତ ସଂଗଠନକୁ ଧନ୍ୟବାଦ ଜଣାଇଥିଲେ। ସୀମା ସୁରକ୍ଷା ବାହିନୀ ମଧ୍ୟ ମଞ୍ଚର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *