ଗୋରୁ ଉଦ୍ଧାର, ଜଣେ ଗିରଫ
ହରିଚନ୍ଦନପୁର: ବେଆଇନ ଗୋରୁ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଆଗୁଆ ସୂଚନା ପାଇ ଘଟଗାଁ, ହରିଚନ୍ଦନପୁର ବ୍ଲକର ବଜରଙ୍ଗ ଦଳର ସଦସ୍ଯମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ହରିଚନ୍ଦନପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ହରିଚନ୍ଦନପୁର ଥାନାଧ୍ୟାକାରିଣୀ ଦେବକୀ ନାଏକ ଏବଂ ପୁଲିସ ଟିମ ଘଟଣାସ୍ଥଳକୁ ଯାଇ ଗୋରୁ ଗୁଡିକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଥିବା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଂଚାୟତ ଦଲକି ଗାଁର ଲମ୍ବୋଦର ମହାନ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ୫୩ ଗୋଟି ଗୋରୁ ମଧ୍ୟରୁ ୫୨ ଗୋଟି ଗୋରୁଙ୍କୁ ଝାଡଖଣ୍ଡ ଵେଷ୍ଟ ସିଂହଭୂମର ଚକୁଳିଆ ଧାନ ଫାଉଣ୍ଡେସନ ଗୋଶାଳାକୁ ପଠାଇଛି। ଆଜି ହରିଚନ୍ଦନପୁର ପ୍ରାଣୀ ଚିକିତ୍ସାଳୟର ବିଭିଓ ରଘୁନାଥ ଜେରାଇ ଏବଂ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଗୋରୁଙ୍କର ଅବସ୍ଥା ପରଖିଥିଲେ। ପରେ ଗୋରୁ ଗୁଡିକୁ ଗୋଶାଳାକୁ ପଠାଯାଇଥିବା ସୂଚନା ମିଳିଛି।