ମୋଦିଙ୍କ ଫ୍ୟାନ ହେଲେ ସୁଶୀଲା କାର୍କି । ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କରିଦେଲେ ବଡ଼ ଘୋଷଣା । ସେପଟେ ସୁଶୀଲା ପିଏମ୍ ହେଲେ ଏପଟେ ମୋଦି ପଠାଇଲେ ସନ୍ଦେଶ । ଯାହାଫଳରେ ନେପାଳ ବାମପନ୍ଥି ନେତାଙ୍କ ମଧ୍ୟରେ ବଢ଼ିଲା ଚିନ୍ତା । ଭାରତ ବିରୋଧରେ ଷଡ୍ଯନ୍ତ୍ର କରୁଥିଲେ କେପି ଓଲି । ଏବେ ନେପାଳରେ ପୂରା ହେବ ଭାରତର ବଦଲା । କୁହାଯାଏ ଦୁଷ୍ମନ ସହ ଲଢ଼ିବାକୁ ସେତେବେଳେ ଅଧିକ ମଜା ଆସେ ଯେତେବେଳେ ହତିଆର ବ୍ୟବହାର ନକରି, ରଣନୀତିରେ ଶତ୍ରୁଙ୍କୁ ମାଟି କାମୁଡ଼ିବାକୁ ବାଧ୍ୟ କରାଯାଏ । ଆଉ ଏମିତି ଅବସ୍ଥା କରାଯାଉ, ଯେମିତି ସେ ତା ଘରେ ମଧ୍ୟ ମୁହଁ ଦେଖାଇ ନପାରୁ । ଠିକ୍ ଯେମିତି ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ହେଲା ।
କେପି ଓଲି ପ୍ରଧାନମନ୍ତ୍ରୀଙ୍କ ଚଉକିରେ ବସି ଭାରତ ସହ ଟକ୍କର ଦେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ନେପାଳର ଜନତା ଏମିତି ହାଲ କଲେ ଯେ ସେ ସେନା ହେଲିକପ୍ଟରରେ ଲୁଚି ଫେରାର ହେବାକୁ ବାଧ୍ୟ ହେଲେ । କିନ୍ତୁ ଏବେ ସତ୍ତା ପରିବର୍ତ୍ତନ ପରେ, ସେନେ ହେଫାଜତରେ ରହି କେପି ଓଲି ଏକ ବୟାନ ଜାରି କରିଛନ୍ତି । ସେଥିରେ ସେ ହିନ୍ଦୁସ୍ଥାନ ନାଁ ନେଇଁ ଏଣୁ ତେଣୁ ଗପିଛନ୍ତି । ଆଉ ଏହି କଥା ଯଦି ସତ ହୁଏ, ତେବେ କେପି ଓଲିଙ୍କଠାରୁ ବଡ଼ ସିଆଣିଆ ଆଉ କେହି ନାହାନ୍ତି ।
ନେପାଳରୁ ଫେରାର ହେବା ପରେ ସେନା ସୁରକ୍ଷା ବଳୟରେ ଥିବା କେପି ଓଲି ଏକ ପତ୍ର ଲେଖି, ସେଥିରେ ଭାରତକୁ ଏଣୁ ତେଣୁ କହିଛନ୍ତି । ସେ ଲେଖିଛନ୍ତି, ମୋତେ ଭାରତ ଓ ଭଗବାନ ରାମ ବିଷୟରେ କହିବାକୁ ଶାସ୍ତି ମିଳିଛି । ଏହି ଚିଠିରେ କେତେ ସତ ରହିଛି କେତେ ମିଛ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ କେପି ଓଲିଙ୍କୁ ତ ଶାସ୍ତି ମିଳିବାର ହିଁ ଥିଲା । କାରଣ ସେ ଭ୍ରଷ୍ଟାଚାରରେ ବୁଡ଼ିଯାଇଥିଲେ । ଚୀନ୍ କହିବାନୁସାରେ ସେ ଭାରତ ଓ ନେପାଳ ଲୋକଙ୍କୁ ଶତ୍ରୁ କରିଦେଇଥିଲେ । ଖାଲି ସେତିକି ନୁହେଁ ସେ ଭଗବାନ ରାମଙ୍କ ଅପମାନ ମଧ୍ୟ କରିଥିଲେ । ଓଲି କହିଥିଲେ, ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ନୁହେଁ, ବରଂ ନେପାଳରେ ହୋଇଥିଲା । ଏହାସହ ଭାରତର ଲିପୁଲେଖ, ଲିମ୍ପୁଆ, କଳାପାଣିକୁ ମଧ୍ୟ ନେପାଳ ନିଜର କହି ଛଡ଼ାଇ ନେବାକୁ ବସିଥିଲା ।
ଏହି ତିନୋଟି ଯାକ ଯାଗା ଉତ୍ତରାଖଣ୍ଡରୁ ବାହାରି ନେପାଳ ସୀମାକୁ ଛୁଇଁଛି ଏବଂ ଏହା ଭାରତର ଭିନ୍ନ ଅଙ୍ଗ । କିନ୍ତୁ ଓଲି ଯେତେବେଳେ ନେପାଳର ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ଏହି ସ୍ଥାନଗୁଡ଼ିକୁ ନେପାଳର ମାନଚିତ୍ରରେ ଦର୍ଶାଇଥିଲେ । ଆଉ ସେବେଠାରୁ ଭାରତ ସହ ନେପାଳର ବିବାଦ ଆରମ୍ଭ ହୋଇଥିଲା । କନ୍ତୁ ଓଲି ଏମିତି କାହିଁକି କଲେ ? ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ନେପାଳ ଚୀନ୍ଠାରୁ ୪ ହଜାର ୨୦୦ କୋଟିରୁ ଅଧିକ ଟଙ୍କାର କରଜ ନେଇ ସାରିଛି । ଓଲି ବାମପନ୍ଥୀ ନେତା ଓ ଚୀନ୍ର ସମର୍ଥକ । ତେଣୁ ସେ ଚୀନ୍ର ନୀତିକୁ ନେପାଳରେ ମଧ୍ୟ ଲାଗୁ କରିବାକୁ ଚେଷ୍ଟାଂ କରୁଥିଲେ । ନେପାଳର ଅନେକ ସ୍ଥାନରେ ଭାରତୀୟଙ୍କୁ ଟାର୍ଗେଟ କରାଗଲା । ଏଥିପାଇଁ ମଧ୍ୟ ଓଲିଙ୍କ ଭଳି ବାମପନ୍ଥୀ ନେତା ଭାରତକୁ ଦାୟୀ କରିଥିଲେ ।
ତେବେ ସବୁଠାରୁ ବଡ଼ କଥା ହେଲା, ଏବେ ଏବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ଶୁଶୀଳା କାର୍କି ଶପଥ ନେବା ପରେ ପରେ ଭାରତକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ନେପାଳର ଏହି ନୂଆ ପ୍ରଧାନମନ୍ତ୍ରୀ ଭାରତର ବନାରସରେ ରହି ପାଠ ପଢ଼ିସାରିଛନ୍ତି । ନେପାଳର ମୁଖ୍ୟ ନ୍ୟାୟଧିଶ ମଧ୍ୟ ରହି ସାରିଛନ୍ତି । ଏଥିପାଇଁ ସେ ଜାଣିଛନ୍ତି ଯେ, ଭାରତକୁ ସାଙ୍ଗରେ ନେଇ ଚାଲିବା ନେପାଳ ପାଇଁ କେତେ ଜରୁରୀ ।
ଶୁଶୀଳା କାର୍କି କହିଛନ୍ତି ଭାରତ ସହ ନେପାଳର ଯାହା ବି ଘଟିଛି, ତାହା ସବୁ ପୁରୁଣା କଥା । ଏବେ ଆମେ ଭାରତ ସହ ମିଶି ନେପାଳକୁ ଆଗକୁ ନେବୁ । ଏପେଟେ ଶୁଶିଳା ଯେମିତି ଶପଥ ନେଇଛନ୍ତି ସେପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ସେ ଲେଖିଛନ୍ତି ନେପାଳର ଶନ୍ତି ପ୍ରଗତି ଓ ସମୃଦ୍ଧି ପାଇଁ ଭାରତ ସବୁବେଳେ ପ୍ରତିବଦ୍ଧ । ଅନ୍ୟପଟେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ନେପାଳର ଜନସାଧାରଣଙ୍କ ଉନ୍ନତି ପାଇଁ ଭାରତ ନେପାଳ ସହ କାମ କରିବାକୁ ପ୍ରସ୍ତୁତ ।
ଏହାର ଗୋଟିଏ ଦିନ ପୂର୍ବରୁ ନେପାଳର ପିଏମ୍ ଶୁଶିଳା କାର୍କି କହିଥିଲେ ମୁଁ ଭାରତକୁ ଖୁବ୍ ଭଲ ପାଏ ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ସମ୍ମାନ କରେ । କେପି ଓଲି କେବଳ ନେପାଳ ଲୋକଙ୍କୁ ଧୋକା ଦେଇନଥିଲେ ବରଂ ସେ ଭଗବାନ ରାମଙ୍କୁ ମଧ୍ୟ ଅପମାନିତ କରିଥିଲେ । ଚୀନ୍ କଥାରେ ପଡ଼ି ଭାରତର ଜମିକୁ ନେପାଳର ବୋଲି କହିଲେ ଓଲି । ତେଣୁ ଡେରି ହେଲେ ମଧ୍ୟ ତାଙ୍କୁ ତାଙ୍କ କର୍ମର ଫଳ ମିଳିଛି । ଭାରତକୁ ନିନ୍ଦା କରିବା ବଦଳରେ କେପି ଓଲି ନିଜ କର୍ମ ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଭାରତ ସବୁବେଳେ ସମସ୍ତଙ୍କ ଭଲ ହିଁ ଚାହିଁଥାଏ । ଯିଏ ଭାରତକୁ ଭରସା କରିନଥାଏ, ତାର ଅବସ୍ଥା ବାଂଲାଦେଶ-ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ହୋଇଥାଏ ।
ଶୁଶିଳା କାର୍କି ଓ ମୋଦିଙ୍କ ଯୋଡ଼ି ଭାରତ-ନେପାଳ ମଧ୍ୟ ନୂଆ ସମ୍ପର୍କ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତଥାପି ଭାରତ ଓ ନେପାଳର ଲୋକଙ୍କୁ ବାମପନ୍ଥୀଙ୍କଠାରୁ ସତର୍କ ରହିବାକୁ ପଡ଼ିବ । କାରଣ ଏବେ ବି କେପି ଓଲି ଭାରତ ବିରୋଧରେ ବିଷ ଓଗାଳୁଛନ୍ତି ।