ଇଞ୍ଜିନିୟର ଦିବସରେ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଞ୍ଜିନିୟର ଦିବସ ଅବସରରେ ଭାରତ ରତ୍ନ ସାର ଏମ୍. ବିଶ୍ୱେଶ୍ୱରାୟଙ୍କୁ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାହାଙ୍କ ଅଗ୍ରଣୀ ଅବଦାନ ଭାରତର ଆଧୁନିକ ଇଞ୍ଜିନିୟରିଂ ଦୃଶ୍ୟପଟର ମୂଳଦୁଆ ସ୍ଥାପନ କରିଥିଲା ।
ଆଜି ଏକ୍ସରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଇଞ୍ଜିନିୟର ଦିବସରେ, ମୁଁ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଯାହାଙ୍କ ପ୍ରତିଭା ଭାରତର ଇଞ୍ଜିନିୟରିଂ ଦୃଶ୍ୟପଟରେ ଏକ ଅଲିଭା ଛାପ ଛାଡିଛି । ମୁଁ ସମସ୍ତ ଇଞ୍ଜିନିୟରମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ସେମାନଙ୍କର ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ ମାଧ୍ୟମରେ, ବିଭିନ୍ନ କ୍ଷେତ୍ରରେ ନବାଚାର ଏବଂ କଠିନ ଆହ୍ୱାନର ମୁକାବିଲା ଜାରି ରଖିଛନ୍ତି । ଆମର ଇଞ୍ଜିନିୟରମାନେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।