ରାଷ୍ଟ୍ରୀୟ ବୃନ୍ଦଗାନ ପ୍ରତିଯୋଗିତା

ରାଷ୍ଟ୍ରୀୟ ବୃନ୍ଦଗାନ ପ୍ରତିଯୋଗିତା

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ତରଫରୁ ସ୍ଥାନୀୟ ରେଡକ୍ରସ ଭବନଠାରେ “ରାଷ୍ଟ୍ରୀୟ ବୃନ୍ଦଗାନ” ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁନିଲ ଖେରା ଯୋଗଦାନ କରି ଉଦ୍‌ଘାଟନ କରିଥିଲେ । ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାଶ ଏବଂ ସାଧାରଣ ସଂପାଦକ ସୈାମେନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ଏହି ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥିତ ଛଅଗୋଟି ଉଚ୍ଚ ବିଦ୍ୟାଳୟ ଭାଗନେଇ ହିନ୍ଦୀ, ସଂସ୍କୃତ ଏବଂ ଓଡିଆ ଭାଷାରେ ରାଷ୍ଟ୍ରଭକ୍ତିର ଗୀତଗାନ କରିଥିଲେ । ତିନି ଜଣ ବିଶିଷ୍ଟ ସଂଗୀତଜ୍ଞଙ୍କ ଦ୍ୱାରା ପ୍ରତିଯୋଗିତାର ମୂଲ୍ୟାଙ୍କନ କରାଯାଇ ଟାଇମସ୍ ଗୁରୁକୁଳ ସ୍କୁଲ ପ୍ରଥମ ସ୍ଥାନ, ପିଏମଶ୍ରୀ ଡିଏମ ସ୍କୁଲ ଦ୍ୱିତୀୟ ସ୍ଥାନ ଏବଂ ଭେଙ୍କଟେଶ୍ୱର ସ୍କୁଲ ଏବଂ ମମତାଜ ଅଲ୍ଲି ହାଇସ୍କୁଲର ଛାତ୍ରଛାତ୍ରୀମାନେ ଓଡିଆ ଗୀତରେ ତୃତୀୟ ସ୍ଥାନ ଲାଭ କରିଥିଲେ । ଅନ୍ୟ ଦୁଇଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରେଡକ୍ରସ ଓଡିଶା ଶାଖାର ଯୁଗ୍ମ ସଂପାଦକ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି, ପରିଷଦ ତରଫରୁ ପର୍ଯ୍ୟବେକ୍ଷକ ଭାବେ ଯତିନ କୁମାର ମହାନ୍ତି ଯୋଗ ଦେଇଥିଲେ । ପରିଷଦର କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ ଏବଂ ସଂପାଦିକା ବନ୍ଦନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଥିଲେ ଜ୍ୟୋତ୍ସ୍ନାରାଣୀ ନନ୍ଦ । ପରିଷଦର ବରିଷ୍ଠ ସଦସଗଣ ଲକ୍ଷ୍ମଣ କୁମାର ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି , ଭୁବନାନନ୍ଦ ତ୍ରିପାଠୀ, ଗିରିଶ ଚନ୍ଦ୍ର ଦାସ ଏବଂ ମଞ୍ଜୁଳା ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *