ସମ୍ଭାଗ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ

ସମ୍ଭାଗ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ
ପଟ୍ଟାମୁଣ୍ଡାଇ:-  ଓଡ଼ିଶା ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ    ସମ୍ଭାଗ ସ୍ତରୀୟ ଦୁଇ ଦିନିଆ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରସନ୍ନ ବିଶ୍ବାଳ ମୁଖ୍ୟଅତିଥି ଭାବେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରାପଡ଼ା ଜିଲା ପ୍ରମୁଖ କପିଳ ଚରଣ ମିଶ୍ର ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ। ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀଧର ରାଉତ ସ୍ବାଗତ ଭାଷଣ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କିଶୋର ନାୟକ ଅତିଥ୍ୟ ପରିଚୟ ପ୍ରଦାନ କରିଥିଲେ। ସମ୍ଭାଗ ସଂଯୋଜକ ତୁଷାର ରଞ୍ଜନ ଦାଶ ସାମୂହିକ ପରିଚୟ ପ୍ରଦାନ କରିଥିଲେ। ପଟ୍ଟାମୁଣ୍ଡାଇ ସଙ୍କୁଳ ପ୍ରମୁଖ ପ୍ରଦୀପ କୁମାର ମଲିକ, ଶିଶୁ ବିଦ୍ୟା ମନ୍ଦିର କୋଷାଧ୍ୟକ୍ଷ ଡ. ରବିନାରାୟଣ ଦାସ ଯୋଗ ଦେଇଥିଲେ। ସହ ସଂପାଦକ ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ। ବିଦ୍ୟା ମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ କରିଥିଲେ। କ୍ଷେତ୍ର ଲେଖାଗାର ପ୍ରମୁଖ ପ୍ରସନ୍ନ କୁମାର ବିଶ୍ୱାଳ ମୁଖ୍ୟଅତିଥ୍ ଭାବେ ମାର୍ଗଦର୍ଶନ କରିଥିଲେ। ରବି ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ମେଧା ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ଭାଗ ସଂଯୋଜକ ରାହାସ ବିହାରୀ ମହାପାତ୍ର ସଂଯୋଜନା କରିଥିଲେ । ସମ୍ଭାଗ ସଭାପତି ଶିବନାରାୟଣ ସିଂହ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ବିଦ୍ୟା ମନ୍ଦିରରୁ ଯୋଗ ଦେଇଥ‌ିବା ପ୍ରଧାନ ଆଚାର୍ଯ୍ୟ ଓ ଅତିଥ୍ୟ ଅଧିକାରୀଙ୍କୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ନାୟକ, ସମ୍ପାଦକ ଶ୍ରୀଧର ରାଉତ, ସହସମ୍ପାଦକ ଦେବାଶିଷ ପଣ୍ଡା ଓ କୋଷାଧ୍ୟକ୍ଷ ଡା ରବି ନାରାୟଣ ଦାଶ ସମ୍ବଦ୍ଧିତ କରିଥିଲେ। ଏହି ଦୁଇ ଦିନିଆ ପ୍ରଧାନ ଆଚାର୍ଯ୍ୟଙ୍କ ସମ୍ମିଳନୀରେ ସମ୍ଭାଗ ଅନ୍ତର୍ଗତ କେନ୍ଦ୍ରାପଡା, କଟକ ଓ ଯାଜପୁର ଜିଲାର ୧୫୦ ପ୍ରଧାନ ଆଚାର୍ଯ୍ୟ ଓ ୨୦ ଜଣ ଶିକ୍ଷାବିକାଶ ସମିତି ଅଧିକାରୀ ଯୋଗ ଦେଇଥିଲେ ।

Leave a Reply