Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଅକ୍ଟୋବର ୩ରୁ ୧୮ ପର୍ଯ୍ୟନ୍ତ ରବି ଫସଲ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅକ୍ଟୋବର ୩ରୁ ୧୮ ପର୍ଯ୍ୟନ୍ତ ରବି ଫସଲ ଅଭିଯାନ

ବିକଶିତ କୃଷି ସଂକଳ୍ପ ଅଭିଯାନ’ର ପ୍ରଥମ ପର୍ଯ୍ୟାୟର ଆଖି ଦୃଶିଆ ସଫଳତା ପରେ, ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଏହି ଅଭିଯାନରେ ଖରିଫ ଫସଲ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଏବଂ ଏବେ ରବି ଫସଲ ଉପରେ ଗୁରୁତ୍ଵ ଦିଆଯିବ। ଏହି ଅଭିଯାନ ଅଧୀନରେ ସାରା ଦେଶର କୃଷି ବୈଜ୍ଞାନିକମାନେ ଗ୍ରାମକୁ ଗସ୍ତ କରି, ଚାଷୀମାନଙ୍କୁ ଭେଟି, ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ଶୁଣିବେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲ୍ୟାବ ଟୁ ଲ୍ୟାଣ୍ଡ’ ମନ୍ତ୍ରକୁ ପୂରଣ କରିବାରେ ପ୍ରମୁ୍‌ଖ ଭୂମିକା ଗ୍ରହଣ କରିବେ। ଅଭିଯାନ ପ୍ରସ୍ତୁତିର ଅଂଶ ଭାବରେ, ସେପ୍ଟେମ୍ବର ୧୫ ତାରିଖରୁ ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଦୁଇ ଦିନିଆ ‘ଜାତୀୟ କୃଷି ସମ୍ମିଳନୀ – ରବି ଅଭିଯାନ ୨୦୨୫’ ଆୟୋଜନ କରାଯାଉଛି।

ରବି ଫସଲ ପାଇଁ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀ କୃଷି ବିଶେଷଜ୍ଞ, ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଏବଂ ଦେଶବ୍ୟାପୀ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନଙ୍କ ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବ, ଯେଉଁଠାରେ ରବି ୨୦୨୫ – ୨୬ ପାଇଁ ବିହନ ଋତୁ ସହିତ ଜଡିତ ପ୍ରସ୍ତୁତି, ଉତ୍ପାଦନ ଲକ୍ଷ୍ୟ ଏବଂ ରଣନୀତି ଉପରେ ବ୍ୟାପକ ଆଲୋଚନା କରାଯିବ। ଏହି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଅଧ୍ୟକ୍ଷତା କରିବେ। ଏହି ଅବସରରେ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ସଚିବ, ଆଇସିଏଆର୍ ର ମହାନିର୍ଦ୍ଦେଶକ ସମେତ ଅନ୍ୟାନ୍ୟ ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିବେ।

ପ୍ରଥମ ଥର ପାଇଁ, କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ରବି ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି, ଯେଉଁଥିରେ ଚାଷୀମାନଙ୍କୁ ଲାଭ ପ୍ରଦାନ କରିବା ଏବଂ କୃଷି ଏବଂ ରବି ଋତୁର ଫସଲ ସହିତ ଜଡିତ ଆହ୍ଵାନ ଗୁଡ଼ିକର ମୁକାବିଲା କରିବା ଦୃଷ୍ଟିକୋଣରୁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ।

ପ୍ରଥମ ଦିନରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ରବି ଫସଲ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ସେପ୍ଟେମ୍ବର ୧୬ ତାରିଖରେ, ସମସ୍ତ ରାଜ୍ୟ କୃଷି ମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ, ଯେଉଁଥିରେ ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟାର ସୁବିଧା ଏବଂ ବିହନ କିପରି ପ୍ରଭାବଶାଳୀ ଭାବରେ ପ୍ରଦାନ କରାଯିବ ସେ ବିଷୟରେ ଗଭୀର ସମୀକ୍ଷା ଏବଂ ଚିନ୍ତନ ଅନ୍ତର୍ଭୁକ୍ତ। ସମସ୍ତ ରାଜ୍ୟ ପ୍ରତିନିଧିମାନେ ସେମାନଙ୍କ ଦଳ ସହିତ ଅଂଶଗ୍ରହଣ କରିବେ, ଏବଂ ପ୍ରଥମ ଥର ପାଇଁ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, ଯେଉଁମାନେ ଆଞ୍ଚଳିକ ଅଭିଜ୍ଞତା ଏବଂ ସେମାନେ ସାମନା କରୁଥିବା ଆହ୍ଵାନଗୁଡିକ ସମ୍ପର୍କରେ ଆଲୋଚନା କରିବେ ଏବଂ ଭବିଷ୍ୟତ ରଣନୀତି ସ୍ଥିର କରିବାରେ ସାହାଯ୍ୟ କରିବେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଉପରେ ସମାନ୍ତରାଳ ବୈଷୟିକ ଅଧିବେଶନ ଅନ୍ତର୍ଭୁକ୍ତ ହେବ। ବିଶେଷଜ୍ଞ, ବୈଜ୍ଞାନିକ ଏବଂ ରାଜ୍ୟ ପ୍ରତିନିଧିମାନେ ଉପସ୍ଥାପନା କରିବେ ଏବଂ ଖୋଲାଖୋଲି ଆଲୋଚନା ମାଧ୍ୟମରେ ବ୍ୟବହାରିକ ସମାଧାନ ବାହାରିବ। ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବ :

– ଜଳବାୟୁକୁ ନେଇ ରହୁଥିବା ଆହ୍ଵାନର ସମାଧାନ, ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ସାର ବ୍ୟବହାର – ଉତ୍ତମ ମୃତ୍ତିକା ପରିଚାଳନା ଏବଂ ସନ୍ତୁଳିତ ପୁଷ୍ଟିସାର ଉପରେ ଗୁରୁତ୍ୱ।

– ଉତ୍ତମମାନର ବିହନ, ସାର, କୀଟନାଶକ ଏବଂ କୃଷି ଅନୁସନ୍ଧାନ – ସଠିକ କୃଷି ଇନପୁଟ୍ ଏବଂ ଡିଜିଟାଲ୍ ପର୍ଯ୍ୟବେକ୍ଷଣ।

– ଉଦ୍ୟାନ କୃଷିର ବିବିଧତା – ଆୟ ବୃଦ୍ଧି ଏବଂ ରପ୍ତାନି ସମ୍ଭାବନା ଉପରେ କେନ୍ଦ୍ରିତ ରଣନୀତି।

– ପ୍ରଭାବଶାଳୀ ସମ୍ପ୍ରସାରଣ ସେବା ଏବଂ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ର ଭୂମିକା – ଚାଷୀମାନଙ୍କୁ ସର୍ବଶେଷ ପ୍ରଯୁକ୍ତି ବିଦ୍ୟା ଏବଂ ଜ୍ଞାନ ପ୍ରଦାନ।

– କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମନ୍ୱୟ – ଯୋଜନାଗୁଡ଼ିକର ଉନ୍ନତ ସମନ୍ୱୟ ଏବଂ ରାଜ୍ୟଗୁଡିକର ଅଭିଜ୍ଞତା ବଣ୍ଟନ।

– ପ୍ରାକୃତିକ କୃଷି – କମ ମୂଲ୍ୟ ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତି।

– ରବି ଫସଲ ସମୟରେ ଡାଲି ଏବଂ ତୈଳବୀଜ ଉପରେ ବିଶେଷ ଗୁରୁତ୍ୱ ସହିତ ଫସଲର ବିବିଧତା ଏବଂ ଡାଲି ଏବଂ ତୈଳବୀଜର କ୍ଷେତ୍ରଫଳ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ରଣନୀତି ଆତ୍ମନିର୍ଭରତା ଏବଂ ପୁଷ୍ଟିକର ସୁରକ୍ଷାକୁ ପ୍ରୋତ୍ସାହିତ କରିବା।

– ରବି ଫସଲ ସମୟରେ ସାର ଉପଲବ୍ଧତାର ସ୍ଥିତି – ସମୟାନୁସାରେ ଯୋଗାଣ ଏବଂ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା।

– ସମନ୍ୱିତ କୃଷି ପ୍ରଣାଳୀ

ଏହି ସମ୍ମିଳନୀରେ, ବିଭିନ୍ନ ରାଜ୍ୟର ସଫଳତା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ, ଯାହା ଦ୍ୱାରା ସେଗୁଡ଼ିକୁ ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରିବ। ଏହା ସହିତ, ବିଶେଷଜ୍ଞମାନେ ପାଣିପାଗ ପୂର୍ବାନୁମାନ, ସାର ପରିଚାଳନା, କୃଷି ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ସହିତ ଜଡିତ ବିଷୟଗୁଡ଼ିକ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିବେ।

ଏହି ସମ୍ମିଳନୀ କେବଳ ରବି ୨୦୨୫ – ୨୬ ଋତୁ ପାଇଁ କାର୍ଯ୍ୟ ଯୋଜନା ଏବଂ ଉତ୍ପାଦନ ରଣନୀତିକୁ ମାର୍ଗଦର୍ଶନ କରିବ ନାହିଁ, ବରଂ କୃଷକଙ୍କ ଆୟ ବୃଦ୍ଧି, ସ୍ଥାୟୀ କୃଷି ପ୍ରଣାଳୀ ସୁନିଶ୍ଚିତ କରିବା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବ।

କେନ୍ଦ୍ର ସରକାର କୃଷକଙ୍କ ସମୃଦ୍ଧି ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ଚାଷୀ ଭାଇ ଏବଂ ଭଉଣୀମାନଙ୍କ ଆୟ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ ଦୃଷ୍ଟିକୋଣ ଉପରେ ଆଧାର କରି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଖରିଫ ଫସଲ ପାଇଁ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିଥିଲେ, ଯେଉଁଥିରେ ସେ ବ୍ୟକ୍ତିଗତ ଭାବରେ ମେ’ ୨୯ ରୁ ୧୨ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ, ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମ ପର୍ଯ୍ୟାୟରେ, ୨,୧୭୦ ବୈଜ୍ଞାନିକ ଦଳ ଗ୍ରାମ ପରିଦର୍ଶନ କରିଥିଲେ, ଯେଉଁଠାରେ ଚାଷୀମାନେ ଉତ୍ସାହର ସହିତ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ କୃଷି ବିଷୟରେ ଅତ୍ୟାବଶ୍ୟକ ଜ୍ଞାନ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରି ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ।

ପୂର୍ବ ପରି ଏଥର, ଦେଶର କୃଷକ ଭାଇ ଏବଂ ଭଉଣୀମାନେ ଏହି ଅଭିଯାନ ବିଷୟରେ ଅତ୍ୟନ୍ତ ଉତ୍ସାହୀ ଏବଂ ଆଶାବାଦୀ। ପୁଣିଥରେ, ଆଶା କରାଯାଉଛି ଯେ ଏହି ଅଭିଯାନ କେବଳ ତାତ୍ତ୍ଵିକ ହେବ ନାହିଁ । ଏହା ବ୍ୟବହାରିକ ଉଦ୍ଦେଶ୍ୟ ପୂରଣ କରିବା ସହ ବହୁ ସଂଖ୍ୟକ ଚାଷୀଙ୍କ ନିକଟରେ ପହଞ୍ଚି କୃଷିକୁ ନୂତନ ଦିଗଦର୍ଶନ ଦେବ।

Leave a Reply