ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର

ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର

ଦିଲ୍ଲୀର ଲାଲକିଲ୍ଲା ପରିସରରେ ଜୈନ ଧାର୍ମିକ କାର୍ଯ୍ୟକ୍ରମରୁ ପ୍ରାୟ ୧.୫ କୋଟି ଟଙ୍କା ମୂଲ୍ୟର ଦୁଇଟି ସୁନା ‘କଳସ’ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରିଥିବା ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶର ହାପୁରରୁ ସୋମବାର ଦିନ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ ଅଭିଯୁକ୍ତ ଭୂଷଣ ବର୍ମା ଗତ ସପ୍ତାହରେ ଲାଲକିଲ୍ଲା ବାହାରେ ଚାଲିଥିବା ଜୈନ ଧର୍ମର କାର୍ଯ୍ୟକ୍ରମରୁ କୋଟିକୋଟି ଟଙ୍କା ମୂଲ୍ୟର ହୀରା ଜଡିତ ସୁନା କଳସ ଚୋରି କରିନେଇଥିଲେ । ଜାତୀୟ ରାଜଧାନୀର ଲାଲକିଲ୍ଲା ଏକ ହାଇ ସିକ୍ୟୁରିଟି ଜୋନ। ଏଠାରେ ପ୍ରାୟତଃ କଡ଼ା ସିକ୍ୟୁରିଟି ଥାଏ। ଏହା ସତ୍ତ୍ୱେ ଲାଲକିଲ୍ଲା ପରିସରରୁ ଚୋରମାନେ ସୁନା କଳସ ଚୋରାଇ ନେଇଥିଲେ ।

ଚୋରି ହୋଇଥିବା କଳସର ଓଜନ ୭୫୦ ଗ୍ରାମ ଓ ଏହା ସୁଧ ସୁନାରେ ତିଆରି ହୋଇଥିଲା ବୋଲି କୁହାଯାଉଛି। ଏହି କଳସରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଓ ପାନ୍ନା ଜଡିତ ହୋଇଥିଲା। ସୁନା କଳସ ଚୋରି ହୋଇଯାଇଥିବା ଜାଣିବା ପରେ ସେ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା କରିଥିଲେ। ପୋଲିସ ଲାଲକିଲ୍ଲା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସନ୍ଦିଗ୍ଧର ଗତିବିଦ୍ଧି ରେକର୍ଡ କରିଥିଲେ ଓ ଅଧିକାରୀମାନେ ସନ୍ଦିଗ୍ଧକୁ ଚିହ୍ନଟ କରିବା ଏହାର ସଫଳତା ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *