ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିକ୍ଷକ ଦିବସରେ ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇ, କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଶିକ୍ଷକ ଦିବସରେ ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇଛନ୍ତି ।
ସାବିତ୍ରୀବାଇ ଫୁଲେଙ୍କ ଐତିହ୍ୟ ଭାରତର ଆକାଂକ୍ଷାକୁ ପ୍ରେରଣା ଦେଇ ଚାଲିଛି ତଥା ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ହେଉଛି ଶିକ୍ଷା ରୂପକ ମୂଳଦୂଆ ସହିତ, ରାଷ୍ଟ୍ର ନିର୍ମାଣରେ ସମାନ ଭାଗୀଦାର ଭାବରେ ମହିଳାମାନଙ୍କୁ ସଶକ୍ତ କରିବା ।”