ଆତଙ୍କବାଦୀଙ୍କୁ ମିଳିଲା ମୁହଁତୋଡ଼ ଜବାବ

ଶ୍ରୀନଗର: ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ମିଳିଲା ମୁହଁତୋଡ଼ ଜବାବ। ସେନା ଗୁଳିଲେ ଟଳିଲେ ୨ଆତଙ୍କବାଦୀ। ଗୁରୁବାର ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୨ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଜମ୍ମୁ-କଶ୍ମୀର ବନ୍ଦିପୋରାରେ ଘଟିଛି ଏହି ଘଟଣା। ନୌଶେରାର ଗୁରେଜ୍ ସେକ୍ଟରରେ ମଧ୍ୟ ସେନା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଅପରେସନ୍ ସିନ୍ଦୂର ପରଠାରୁ ସେନା ଅନେକ ଆତଙ୍କବାଦୀଙ୍କୁ ନିହତ କରିଛି। 

ସୂଚନା ମିଳିଛି ଯେ, ମୃତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଦେଖାଯାଇଥିଲା, ସେମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ରୋକିବା ପାଇଁ ଉଦ୍ୟମ କରିବାରୁ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ସେନା ପାଲଟା ଗୁଳିଚାଳନା କରିବାରୁ ୨ଆତଙ୍କବାଦୀଙ୍କ ଜୀବନ ଯାଇଥିଲା। 

Leave a Reply

Your email address will not be published. Required fields are marked *