ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ବଡ଼ ଝଟକା । ମିଥ୍ୟା ତଥ୍ୟ ଦେଇଥିବା CSDS ବିଶ୍ଲେଷକ ସଞ୍ଜୟ କୁମାର ଭୁଲ ମାଗିବା ପରେ ଅଡୁଆରେ ପଡିଛି କଂଗ୍ରେସ । CSDSକୁ ନୋଟିସ ଜାରି କରିବ ICSSR । ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣି ବିନା ତଥ୍ୟ ପ୍ରମାଣରେ ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଗାଇଥିବାରୁ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।
ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ବଡ଼ ଝଟକା । ପଲଟିଲେ ଡାଟା ଦେଇଥିବା ବିଶ୍ଲେଷକ । ମହାରାଷ୍ଟ୍ର ନିର୍ବାଚନ ଉପରେ କରିଥିବା ପୋଷ୍ଟ ଡିଲିଟ୍ କରିଛନ୍ତି ଲୋକନୀତି-CSDSର ସହ ନିର୍ଦ୍ଦେଶକ ସଞ୍ଜୟ କୁମାର । ଅଗଷ୍ଟ ୧୭ରେ ସେ ଏହି ପୋଷ୍ଟ କରି ମହାରାଷ୍ଟ ବିଧାନସଭା ସିଟ୍ ଗୁଡ଼ିକରେ ଭୋଟର ସଂଖ୍ୟା କମ୍ ହୋଇଥିବା ନେଇ ତଥ୍ୟ ଦେଇଥିଲେ । ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଚାରୋଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟାରେ ନାଟକୀୟ ପରିବର୍ତ୍ତନ ହୋଇଥିବା ଅଭିଯୋଗ କରାଯାଇଥିଲା
ଏହି ପୋଷ୍ଟ ଡିଲିଟ୍ କରିବା ପରେ ସଞ୍ଜୟ ସାର୍ବଜନିକ ଭାବେ କ୍ଷମା ମାଗିଛନ୍ତି । କହିଛନ୍ତି, ତାଙ୍କ ଟିମ୍ ଏହି ତଥ୍ୟରେ ଭୁଲ୍ ବିଶ୍ଲେଷଣ କରିଥିଲା । ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଦେବା ପାଇଁ CSDSକୁ ନୋଟିସ୍ ଜାରି କରିବ ଇଣ୍ଡିଆନ୍ କାଉନସିଲ୍ ଅଫ୍ ସୋସିଆଲ ସାଇନ୍ସ ରିସର୍ଚ୍ଚ – ICSSR । କଂଗ୍ରେସ ଏହି ତଥ୍ୟକୁ ଆଧାର କରି ଇସିଙ୍କୁ ଟାର୍ଗେଟ୍ କରିଥିଲା । ସେପଟେ ସଞ୍ଜୟଙ୍କ କ୍ଷମା ପ୍ରାର୍ଥନା ଓ ପୋଷ୍ଟ ଡିଲିଟ୍ ପରେ କଂଗ୍ରେସ ଉପରେ ଆକ୍ରମଣାତ୍ମକ ହୋଇଛି ବିଜେପି । ମିଥ୍ୟା ତଥ୍ୟ ଆଧାରରେ ଅଭିଯୋଗ ଆଣୁଥିବାରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମହାରାଷ୍ଟ୍ର ନିର୍ବାଚନ ଉପରେ କଂଗ୍ରେସର ମିଥ୍ୟା ବୟାନକୁ ଉତ୍ସାହିତ କରିବା ଲାଗି CSDS ବିନା କୌଣସି ସ୍ପଷ୍ଟତାରେ ଡାଟା ଜାରି କରିଦେଲେ । ଏହି ତଥ୍ୟକୁ ଆଧାର କରି ଇସିଙ୍କୁ ଟାର୍ଗେଟ୍ କରିଥିଲା । ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଗାଇଥିବାରୁ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛି ବିଜେପି ।
ଗତ କିଛି ଦିନ ଧରି କଂଗ୍ରେସ ପକ୍ଷରୁ ବିନା ତଥ୍ୟ ପ୍ରମାଣରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରାଯାଉଛି । ଗୋଟିଏ ପଟେ ସମ୍ବିଧାନ, ସତ୍ୟ ଓ ଭାରତୀୟ ଜନତାଙ୍କ ସ୍ବର ଥିବା ବେଳେ ଅନ୍ୟପଟରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଉଦ୍ୟମ କରୁଛି । ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । କିନ୍ତୁ ପ୍ରମାଣ ମାଗିଲେ ଚୁପ୍ ରହୁଛନ୍ତି ।