କିସ୍ତୱାର, ଜମ୍ମୁ ଏବଂ କାଶ୍ମୀର। ଅଗଷ୍ଟ 14 ତାରିଖରେ ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାର ଚାଶୋଟି ଗାଁରେବାଦଲ ଫଟା ବର୍ଷା ଯୋଗୁଁ ବିପୁଳ ପରିମାଣରେ କ୍ଷୟକ୍ଷତି ହୋଇଛି ା ଏହି କ୍ଷତିଗ୍ରସ୍ତ ଅଞ୍ଚଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ସେବା ଭାରତୀର କାର୍ଯ୍ଯକର୍ତ୍ତାମାନେ ସେବା ଏବଂ ପୁନର୍ବାସ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଚାଶୋଟିରେ ମୃତ୍ୟୁ ସଂଖ୍ୟା 61 ରେ ପହଞ୍ଚିଛି। ଏପର୍ଯ୍ୟନ୍ତ 75 ଜଣ ନିଖୋଜ ଅଛନ୍ତି ବୋଲି ରିପୋର୍ଟ କରାଯାଇଛି।
ଚାଶୋଟି କିସ୍ତୱାର ଜିଲ୍ଲାର ମଚୈଲ ମାତା ଯାତ୍ରାର ମୁଖ୍ୟ ଏବଂ ପ୍ରଥମ ରହଣି ସ୍ଥଳ । ଏଠାରୁ ତୀର୍ଥଯାତ୍ରୀମାନେ ପାଦରେ ଚାଲି ଚାଲି ମଚୈଲ ମାତା ମନ୍ଦିରକୁ ଯାଆନ୍ତି।
ବିପର୍ଯ୍ୟୟ ପରେ ସେବା ଭାରତୀର କାର୍ଯ୍ଯକର୍ତ୍ତାମାନେ ଆମ୍ବୁଲାନ୍ସ ସେବା ସହିତ ଆହତଙ୍କ ଚିକିତ୍ସାରେ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି। ଚାଶୋଟିରେ ସେବା ଭାରତୀ ଦ୍ୱାରା ଲଙ୍ଗର ସେବା ମଧ୍ୟ ଆରମ୍ଭ କରାଯାଇଛି। ସଂଘର ସ୍ୱେଚ୍ଛାସେବକମାନେ ଗ୍ରାଉଣ୍ଡ ଶୂନ୍ୟରେ NDRF ଏବଂ SDRF ସହିତ ରିଲିଫ୍ କାର୍ଯ୍ୟରେ ମଧ୍ୟ ନିୟୋଜିତ ଅଛନ୍ତି। ଏହା ବ୍ୟତୀତ, ଚାଶୋଟିରେ ସଂଘର ସ୍ବୟସେବକମାନେ ପାଦଚଲା ରାସ୍ତା ନିର୍ମାଣ ଏବଂ ମରାମତି ମଧ୍ୟ କରୁଛନ୍ତି।
ସ୍ବୟସେବକମାନଙ୍କ ବ୍ୟତୀତ ସେବା ଭାରତୀ ଏବଂ ଏବିଭିପିର କାର୍ଯ୍ଯକର୍ତ୍ତାମାନେ ମଧ୍ୟ କିସ୍ତୱାର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କ ସେବାରେ ନିୟୋଜିତ ଅଛନ୍ତି। ଜମ୍ମୁର ସରକାରୀ ମେଡିକାଲ କଲେଜରେ ଚିକିତ୍ସାଧୀନ ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସେବା ଭାରତୀ ପକ୍ଷରୁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।