ଅପରେସନ ‘ସିନ୍ଦୂର’ ସମୟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ଲାଗି ପାକ୍‌ ନୌସେନା ଆତ୍ମଗୋପନ କରିଥିଲା

ପହଲଗାଓଁ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ଗେତ ମେ ୭ ତାରିଖ ଭୋର ସମୟରେ ଅପରେସନ ‘ସିନ୍ଦୂର’ ଆରମ୍ଭ କରିଥିଲା। ଅପରେସନ ‘ସିନ୍ଦୂର’ ସମୟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ଲାଗି ପାକ୍‌ ନୌସେନା ଆତ୍ମଗୋପନ କରିଥିଲା। ସେ ସମୟରେ ଉପଗ୍ରହ ଦ୍ଵାରା ନିଆଯାଇଥିବା କରାଚୀ ଏବଂ ଗ୍ବାଦର ବନ୍ଦର ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ, ପାକ୍‌ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତିବା ଲାଗି ଇରାନ ସୀମାରେ ଲୁଚି ରହିଥିଲେ। ଅର୍ଥାତ ଯୁଦ୍ଧ ଜାହାଜଗୁଡ଼ିକୁ ନୌସେନା ଘାଟିରୁ ହଟାଇ ବନ୍ଦରର ବ୍ୟାବସାୟିକ ଟର୍ମିନାଲ ଭିତରେ ରଖାଯାଇଥିବା ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *