ନିଜସ୍ବ ପାଣ୍ଠିରେ ଗାଁକୁ ନିର୍ମାଣ କଲେ ଅସ୍ଥାୟୀ ପୋଲ

କେନ୍ଦୁଝର ପାଟଣା ବ୍ଲକ ସରାସକୋଲା ପଞ୍ଚାୟତର ଶାଳଧର ଠାରୁ ବାଉଁଶଡିହା ସାହି ଦେଇ ପଞ୍ଚାୟତ ମୁଖ୍ୟାଳୟ କୁ ସଂଯୋଗ କରୁଥୁବା ରାସ୍ତା । ଏହି ରାସ୍ତାରେ ପଡୁଥିବା ନାଳ ଉପରେ ତିଆରି ହୋଇଥିବା ପୋଲ ଟି ଲଗାଣ ବର୍ଷା ଯୋଗୁଁ ୪ ବର୍ଷ ତଳେ ଭୁଷୁଡି ପଡିଥିଲା। ଫଳରେ ଉଭୟ ଶାଳଧର ଓ ବାଉଁଶଡିହା ଗାଁରେ ବସ ବାସ କରୁଥିବା ୨୦୦ ରୁ ଉର୍ଦ୍ଧ ପରିବାରର ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ। ଦେଢ଼ କିଲୋମିଟର ରାସ୍ତା ବଦଳରେ ୪ ରୁ ୫ କିଲୋମିଟର ବୁଲିକି ଯାଉଥିଲେ। ପ୍ରଶାସନ ଏହି ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇ ନଥିବାରୁ ଶେଷରେ ଲୋକେ ବାଧ୍ୟ ହୋଇ ଏହାର ମରାମତି କରିଛନ୍ତି।

ପୋଲ ମରାମତି ପାଇଁ ପାଖରେ ଅର୍ଥ ନାହିଁ । ହେଲେ ନାଳ ଉପରେ କାଠଗଣ୍ଡି ,ଡାଳ ବସ୍ତା ଦେଇ ତା ଉପରେ ମୋରମ ମାଟି ପକାଇ ସମତୁଲ କରି ସାଇକେଲ ଓ ବାଇକ୍ ଯିବା ପାଇଁ ଅସ୍ଥାୟୀ କାଠ ପୋଲ ତିଆରି କରିଛନ୍ତି ଗ୍ରାମବାସୀ। ଏହି କାଠ ପୋଲ ଦ୍ୱାରା ପଞ୍ଚାୟତ ମୁଖ୍ୟାଳୟ ସହ ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ମାନେ ଯିବାକୁ ସହଜ ହେବ ବୋଲି କହିଛନ୍ତି ଗ୍ରାମବାସୀ।୪ ବର୍ଷ ହେଲା ହୋଇ ପାରିଲାନି ପୋଲ ମରାମତି। ଏବେ ଅସ୍ଥାୟୀ ପୋଲ ଏଠାକା ଲୋକଙ୍କ ପାଇଁ ଲାଇଫଲାଇନ। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଅବହେଳା କାରଣରୁ ଆଜି ବି ଏଠାରେ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *