ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ ପାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଗତ ମାସର ବ୍ରାଜିଲ ଗସ୍ତକୁ ସ୍ମରଣ କରିଥିଲେ । ଯେଉଁଥିରେ ଦୁଇ ନେତା ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଦିଗରେ ସହଯୋଗ ବଢ଼ାଇବାକୁ ସହମତ ହୋଇଥିଲେ ।
ଭାରତ-ବ୍ରାଜିଲ ରଣନୀତିକ ସହଭାଗିତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଆଲୋଚନା ସମୟରେ ଦୁଇ ନେତା ପ୍ରତିବଦ୍ଧତା ଦୋହରାଇଥିଲେ ।
ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ମତବିନିମୟ କରିଥିଲେ ।
ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।