ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ କୂଟନୀତିଜ୍ଞ ଡକ୍ଟର ଯଶୱନ୍ତ ସିଂହ ପରମାରଙ୍କ ଜନ୍ମଜୟନ୍ତୀରେ କୋଟି କୋଟିି ନମସ୍କାର।
।। ୪ ଅଗଷ୍ଟ ୧୯୦୬ – ୨ ମଇ ୧୯୮୧ ।।
ଡକ୍ଟର ଯଶୱନ୍ତ ସିଂହ ପରମାର ଜଣେ ଭାରତୀୟ ରାଜନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ହିମାଚଳ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ‘ହିମାଚଳ ନିର୍ମାତା’ ଭାବରେ ସେ ପରିଚିତ ।
ହିମାଚଳ ପ୍ରଦେଶକୁ ଅସ୍ତିତ୍ୱ ଦେବା ଏବଂ ବିକାଶର ମୂଳଦୁଆ ସ୍ଥାପନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ପ୍ରାୟ ୩ ଦଶନ୍ଧି ଧରି ଜଣେ ଦକ୍ଷ ପ୍ରଶାସକ ଭାବରେ ଲୋକଙ୍କ ଭାବନା ଏବଂ ସମ୍ବେଦନଶୀଳତାକୁ ବୁଝି ସେ ପ୍ରଗତି ପଥରେ ଚାଲିବା ସହିତ ହିମାଚଳ ପ୍ରଦେଶର ବିକାଶ ପାଇଁ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲେ ।