ଧର୍ମ ପରିବର୍ତ୍ତନ ନେଇ ରଙ୍ଗାମାଟିଆରେ ଉତ୍ତେଜନା

ଧର୍ମ ପରିବର୍ତ୍ତନ ନେଇ ରଙ୍ଗାମାଟିଆରେ ଉତ୍ତେଜନା
ହାଟଡିହି: ଧର୍ମାନ୍ତରୀକରଣକୁ ନେଇ ସୋସୋ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗାଁରେ ଉତ୍ତେଜନା ଲାଗିରହିଛି । ଏ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ,
ପନ୍ଦାଡ଼େ ସରପଞ୍ଚଙ୍କ ପ୍ରତିନିଧି ନିକୁଞ୍ଜ ଓଝା ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରିଛନ୍ତି | ଆସନ୍ତା କାଲି ଏ ନେଇ ଉପଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଗରିବ ଲୋକଙ୍କୁ ଖ୍ରୀଷ୍ଟଧର୍ମରେ ସାମିଲ କରିବାକୁ ପ୍ରୟାସ କରୁଥିଲେ। ଶତାଧିକ ହିନ୍ଦୁ ଏହାର ବିରୋଧ କରିବା ସହ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଥିଲେ। ଗତ ରବିବାର ଏ ନେଇ ଗାଁରେ ଏକ ବୈଠକ ହୋଇଥିଲା।
ଧର୍ମ ବଦଳାଇଥିବା ଲୋକେ ପୂର୍ବ ଧର୍ମକୁ ଫେରି ଆସିବାକୁ ନିବେଦନ କରାଯାଇଥିଲା। ଧର୍ମ ବଦଳାଇଥିବା ଲୋକେ ଏଥିପାଇଁ ୭ଦିନ ସମୟ ମାଗିଥିଲେ। ଏପରିସ୍ଥଳେ, ଆଜି ଗାଁରେ ପୁଣି ବୈଠକ ହୋଇଥିଲା। ଧର୍ମ ବଦଳାଇଥିବା ଲୋକେ ପୂର୍ବ ଧର୍ମକୁ ଫେରିବାକୁ ରାଜି ହୋଇ ନଥିଲେ। ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ନିୟମ ଅନୁସାରେ କରନ୍ତୁ ବୋଲି କୁହାଯାଇଥିଲା। ଏଥିପାଇଁ ବାହାର ଲୋକଙ୍କୁ ଗାଁରେ ପୂରାଇ ନ ଦେବାକୁ ମଧ୍ୟ ସ୍ଥିର କରାଯାଇଥିଲା। ଘଟଣାକୁ ନେଇ ଗାଁରେ ବାତାବରଣ
ବାହାର ଜିଲ୍ଲାରେ କେତେଜଣ ପ୍ରଚାରକ ଆସି ବ୍ଲକର ଅଶାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *