ବାହୁଡ଼ା ପୂର୍ବରୁ ପୁରୀକୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ବାହୁଡ଼ା ଯାତ୍ରା । ଏହାକୁ ସୁରୁଖୁରୁରେ ସାରିବା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ବେଳେ ବାହୁଡ଼ା ପୂର୍ବରୁ ପୁରୀକୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପୁରୀ ପୌର ପରିଷଦକୁ ମହାନଗର ନିଗମରେ ପରିଣତ କରାଯିବ । ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରେ ପୁରୀ ହେବ ରାଜ୍ୟର ଷଷ୍ଠ ମହାନଗର ନିଗମ । ପୁରୀକୁ ବିଶ୍ବସ୍ତରୀୟ ସର୍ବଶ୍ରେଷ୍ଠ ଧାର୍ମିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଅନେକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପୁରୀରେ ଶ୍ରୀଜଗନ୍ନାଥ ପ୍ରେକ୍ଷାଳୟ ସହ ମ୍ୟୁଜିୟମ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ପ୍ରତିଦିନ ୪ଟି ଭାଷାରେ ପ୍ରଦର୍ଶିତ ହେବ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ।

Leave a Reply