ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ

ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି। ଜନ୍ମବେଦିରେ ଲୀଳାଖେଳା କରୁଛନ୍ତି ଦାରୁବିଗ୍ରହ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅଂଶ ହେଉଛି ହେରାପଞ୍ଚମୀ ନୀତି। ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ଏଥିଲାଗି ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ହୋଇଥିଲା। ଏହାପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଗୁଣ୍ଡିଚା ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚତ୍ବା ପରେ ପତିମହାପାତ୍ର ବନ୍ଦାପନା, ଚାମର ଆଲଟ, ଘସା ବିଡିଆ ଏବଂ ଦହି ପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ବିଜେ କରି ଜୟବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରି ନ ଥିଲେ। ଏହାପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇଥିଲେ। ସେଠାରେ ରଥରୁ ଖଣ୍ଡିଏ କାଠ ଭାଙ୍ଗି ଫେରିଯାଇଥିଲେ।

Leave a Reply

Your email address will not be published. Required fields are marked *