କ୍ବାଡ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା

ସିଂଟନ : ଆମେରିକାରେ ଅନୁଷ୍ଠିତ କ୍ବାଡ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି ଏହି ଚତୁର୍ଦ୍ଦେଶୀୟ ସଂଗଠନ । 

ୱାଶିଂଟନରେ ଅନୁଷ୍ଠିତ ବୈଠକ ପରେ ଜାରି ହୋଇଥିବା ଏକ ମିଳିତ ବିବୃତ୍ତିରେ, କ୍ୱାଡ୍ ଦେଶମାନେ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣର ପ୍ରାୟୋଜକ, ଆକ୍ରମଣକାରୀ ଏବଂ ଆର୍ଥିକ ସହାୟତାକାରୀଙ୍କୁ ଯଥାଶୀଘ୍ର ଆଇନର କାଠଗଡ଼ାକୁ ଅଣାଯାଉ ।

Leave a Reply