ବିଶ୍ୱ ଅର୍ଥନୀତି, ବାଣିଜ୍ୟ ଏବଂ ଭୂରାଜନୈତିକ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ସ୍ଥିର

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ବିଶ୍ୱ ଅର୍ଥନୀତି, ବାଣିଜ୍ୟ ଏବଂ ଭୂରାଜନୈତିକ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ସ୍ଥିର ରହିଛି। ଆଜି ପ୍ରକାଶିତ ଜୁନ୍ ବୁଲେଟିନରେ “ଅର୍ଥନୀତିର ସ୍ଥିତି” ଶୀର୍ଷକ ଲେଖାରେ, ରିଜର୍ଭ ବ୍ୟାଙ୍କ କହିଛି ଯେ ବାଣିଜ୍ୟ ନୀତି ଅନିଶ୍ଚିତତା ଏବଂ ଭୂ-ରାଜନୈତିକ ଉତ୍ତେଜନାର ଦ୍ୱିଗୁଣିତ ହେବା ସତ୍ୱେ ବିଶ୍ୱ ଅର୍ଥନୀତି ଏକ ପରିବର୍ତ୍ତନଶୀଳ ଅବସ୍ଥାରେ ଅଛି। ଅରବିଆଇ କହିଛି ଯେ ବିଶ୍ୱ ଅନିଶ୍ଚିତତାର ଏହି ସ୍ଥିତିରେ, ୨୦୨୫ ମେ’ ମାସରେ ଶିଳ୍ପ ଏବଂ ସେବା କ୍ଷେତ୍ର ମଧ୍ୟରେ ଭାରତରେ ସ୍ଥିର ଅର୍ଥନୀତିକୁ ସୂଚିତ କରୁଛି।

Leave a Reply

Your email address will not be published. Required fields are marked *