ଗୋଭକ୍ତ ସନ୍ତୋଷ ପରିଡ଼ାଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଗୋଭକ୍ତ ସନ୍ତୋଷ ପରିଡ଼ାଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
ଭଦ୍ରକ/ତିହିଡ଼ି: ଗୋରୁ ମାଫିଆଙ୍କ ଆକ୍ରମଣରେ ତିହିଡ଼ି ଥାନା କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୬)ଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଉଛି ସାଇଫୁର ରହେମାନ । ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କୁ ନିର୍ଦ୍ଦେଶକ୍ରମେ ଗଠିତ ଏକ ସ୍ୱତନ୍ତ୍ର ପୁଲିସ ଟିମ ଜୁନ ୧୮ ତାରିଖ ଦିନ ତାକୁ ପଶ୍ଚିମବଙ୍ଗର ହାଓଡ଼ାରୁ ଗିରଫ କରିଛି। ଗିରଫ ପରେ ତାକୁ ଭଦ୍ରକ ଅଣାଯାଇଛି। ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ଏବେ ସୁଦ୍ଧା ମୋଟ ୧୩ ଜଣଙ୍କୁ ପୁଲିସ ଗିରଫ କରିଛି। ଘଟଣାରେ ଅନ୍ୟ ଯେଉଁ ମାନଙ୍କର ସଂପୃକ୍ତି ରହିଛି ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଚଢାଉ ଜାରି ରହିଛି। ଏହି ହତ୍ୟାକାଣ୍ଡ ଘଟଣାରେ ଯିଏ ବି ସଂପୃକ୍ତ ଅଛନ୍ତି, ସମସ୍ତଙ୍କୁ ଗିରଫ କରାଯିବ ବୋଲି ଭଦ୍ରକ ଏସ୍‌ପି ଶ୍ରୀ ରାଉତ ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *