ଜନଗଣନା ପ୍ରକ୍ରିୟା ଆରମ୍ଭ: ୨୧ ମାସ ଧରି ଚାଲିବ

ନୂଆଦିଲ୍ଲୀ: ୨୦୨୭ ଜନଗଣନା ପାଇଁ ସରକାର ବିଧିବଦ୍ଧ ଭାବେ ଆଜିଠାରୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍‌ ବିଜ୍ଞପ୍ତି ଜାରି ହୋଇଛି। ଦୁଇଟି ପର୍ଯ୍ୟାୟରେ ଦେଶରେ ଜନଗଣନା ହେବ। ପ୍ରଥମ ପର୍ଯ୍ୟାୟରେ ହାଉସଲିଷ୍ଟିଂ ଅପରେସନ୍ (ଏଚ୍ଏଲ୍ଓ) ନାମରେ ସମ୍ପତ୍ତି, ପାରିବାରିକ ଆୟ, ବାସଗୃହ ସ୍ଥିତି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଆଗାମୀ ଜନଗଣନା ଭାରତର ପ୍ରଥମ ଡିଜିଟାଲ୍‌ ଜନଗଣନା ହୋଇଥିବାରୁ ପ୍ରଥମ ଥର ପାଇଁ ଉତ୍ତରଦାତାମାନେ ଘରେ ବସି ପ୍ରଶ୍ନର ଉତ୍ତର ଦେଇପାରିବେ। ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣନା ବା ପପୁଲେସନ୍‌ ଏନୁମରେସନ (ପିଇ) ଦ୍ବାରା ପରିବାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ଜନସଂଖ୍ୟାଗତ, ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ସଂଗ୍ରହ କରାଯିବ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜାତିଗତ ଗଣନା ମଧ୍ୟ ଏହି ଜନଗଣନା ପ୍ରକ୍ରିୟାର ଅଂଶ ହେବ।

Leave a Reply

Your email address will not be published. Required fields are marked *