ଆମେରିକାରେ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧ

ସିଂଟନ : ଆମେରିକା ଯାଇଥିବା ପାକିସ୍ତାନର ସେନା ମୁଖ୍ୟ ଫିଲଡ୍ ମାର୍ସାଲ ଅସୀମ ମୁନିରଙ୍କୁ  ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ମୁନିରଙ୍କୁ ‘ପାକିସ୍ତାନୀଙ୍କ ହତ୍ୟାକାରୀ’, ‘ଇସଲାମାବାଦର ହତ୍ୟାକାରୀ’, ‘ଗଣହତ୍ୟାକାରୀ’ ବୋଲି ବିକ୍ଷୋକ୍ଷକାରୀମାନେ ସ୍ଲୋଗାନ ଦେଇଥିଲେ । 

ମୁନିରଙ୍କ ବିରୋଧରେ ପ୍ରତିବାଦର ଏହି ଘଟଣା ୱାଶିଂଟନରେ ଘଟିଛି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନୀମାନେ ମୁନିରଙ୍କ ହୋଟେଲ ସାମ୍ନାରେ ପ୍ରତିବାଦ ପାଇଁ ଏକାଠି ହୋଇଛନ୍ତି। ସେଠାରେ ଗାଡ଼ିରେ ଥିବା ପ୍ରୋଜେକ୍ଟରରେ ମୁନିରଙ୍କୁ ଗଣ ହତ୍ୟାକାରୀ ବୋଲି କୁହାଯାଉଛି। ବିଶେଷ କଥା ହେଉଛି ମୁନିରଙ୍କ ବିରୋଧରେ ପ୍ରତିବାଦ କରୁଥିବା ଲୋକମାନେ ମଧ୍ୟ ପାକିସ୍ତାନର। ଯେଉଁମାନେ ଆମେରିକାରେ ରୁହନ୍ତି।

Leave a Reply

Your email address will not be published. Required fields are marked *