ରାମମନ୍ଦିରରେ ଏଯାବତ ଖଞ୍ଜା ଯାଇଥିବା ସୁନାର ମୂଲ୍ୟ ୫୦କୋଟି ଟଙ୍କା 

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ଏଯାବତ ୪୫କିଲୋଗ୍ରାମ ସୁଦ୍ଧ ସୁନାର ବ୍ୟବହାର କରାଯାଇଥିବା ନେଇ ମନ୍ଦିର ସମିତର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି।

ନୃପେନ୍ଦ୍ର ମିଶ୍ରାଙ୍କ କହିବାନୁସାରେ, ରାମମନ୍ଦିରରେ ଏଯାବତ ଖଞ୍ଜା ଯାଇଥିବା ସୁନାର ମୂଲ୍ୟ ୫୦କୋଟି ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଏଥିରେ କୌଣସି ପ୍ରକାର ଟ୍ୟାକ୍ସ ସାମିଲ ନାହିଁ।  ଏହି ସୁନାକୁ ମୁଖ୍ୟତଃ ମନ୍ଦିରର ନିମ୍ନଦ୍ବାର ଓ ଭଗବାନଙ୍କ ସିଂହାସନକୁ ସଜାଇବାରେ ବ୍ୟବହାର କରାଯାଇଛି। ଏବେ ବି ମନ୍ଦିରକୁ ସୁନାରେ ସଜାଯିବାର କାମ ଜାରି ରହିଛି।

ରାମମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ ରାୟ କହିଛନ୍ତି, ‘ଗତଗୁରୁବାର ମନ୍ଦିର ପରିସରରେ ମୋଟ ୭ଟି ମୂର୍ତ୍ତିଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି। ରାମ ଦରବାରକୁ ଏଯାବତ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇନାହିଁ। ଆଗାମୀ ବୈଠକରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଅନ୍ତିମ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *