ରାସ୍ତାରେ ନମାଜ ପାଠ କରିବାକୁ ଅନୁମତି ଦିଆଯିବ ନାହିଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସନ୍ଧ୍ୟାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଜୁନ୍ ମାସରେ ଆସୁଥିବା ପ୍ରମୁଖ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀଙ୍କୁ ଅତିରିକ୍ତ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଗଙ୍ଗା ଦଶହରା (୫ ଜୁନ୍), ବକ୍ରୀଦ୍ (୭ ଜୁନ୍) ଏବଂ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା (୨୪ ଜୁନ୍) ଭଳି ପ୍ରମୁଖ ପର୍ବ ପାଇଁ ପ୍ରଶାସନକୁ ସଜାଗ ରହିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବକରୀଦ ସମୟରେ ଗାଈ, ନୀଳଗାଈ କିମ୍ବା ଓଟ ଭଳି କୌଣସି ନିଷିଦ୍ଧ ପ୍ରାଣୀଙ୍କୁ ବଳି ଦିଆଯିବ ନାହିଁ। ସେ ଚେତାବନୀ ଦେଇଛନ୍ତି ଯେ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ବଳିଦାନ କରାଯିବା ଉଚିତ, ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଏହା ମଧ୍ୟ କହିଛନ୍ତି ଯେ ରାସ୍ତାରେ ନମାଜ ପାଠ କରିବାକୁ ଅନୁମତି ଦିଆଯିବ ନାହିଁ। ବିଶ୍ୱାସ ପ୍ରତି ସମ୍ମାନ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆଇନ ପାଳନ ସର୍ବୋପରି। ‘ କୌଣସି ବିବାଦ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *