ମୁଣ୍ଡଳୀ ବ୍ରିଜ୍ ନିକଟରୁ ଗୋରୁ ବୋଝେଇ ଗାଡ଼ି ଜବତ

ମୁଣ୍ଡଳୀ ବ୍ରିଜ୍ ନିକଟରୁ ଗୋରୁ ବୋଝେଇ ଗାଡ଼ି ଜବତ
ବାରଙ୍ଗ: ବାରଙ୍ଗ ଥାନା, ଗୋଡ଼ିସାହି ଫାଣ୍ଡି ପୁଲିସ ମୁଣ୍ଡଳୀ ବ୍ରିଜ୍ ନିକଟରୁ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି। ତେବେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା  ଅନୁସାରେ ସୋମବାର ସକାଳେ 
ଗୋଡ଼ିସାହି ଫାଣ୍ଡି ପୁଲିସ ପାଟ୍ରୋଲିଂ କରି ଫେରୁଥିବା ବେଳେ ଏକ ଗୋରୁ ବୋଝେଇ ଟାଟା ଏସିଇ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ଦେଖି ଅଟକାଇଥିଲେ। ତେବେ ପୁଲିସକୁ ଦେଖି ଚାଳକ ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିଲା। ପୁଲିସ ଗୋରୁ ଗାଡ଼ିକୁ ଥାନାକୁ ଆଣିଥିଲା । ଗାଡ଼ିରେ ଥିବା ୫ଟି ଗାଈ ଉଦ୍ଧାର ପରେ ଗୋ’ଶାଳାରେ ଛଡ଼ାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *