ନୂଆଦିଲ୍ଲୀ: ଆଜି ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ ଏବଂ ଜାମ୍ମୁ କାଶ୍ମୀରରେ ମକ୍ ଡ୍ରିଲ୍ ହୋଇଥାନ୍ତା । ହେଲେ ପ୍ରଶାସନିକ କାରଣରୁ ଏହାକୁ ଆଜି ସ୍ଥଗିତ ରଖାଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆଉ ନୂଆ ତାରିଖ ଅନୁସାରେ ଆସନ୍ତା ୩୧ ତାରିଖରେ ହେବ ସୁରକ୍ଷା ସମ୍ପର୍କିତ ଏହି ମକ୍ ଡ୍ରିଲ୍ ।
ଅପରେସନ୍ ସିନ୍ଦୂର ବେଳେ ୩ ରାତି ସୀମାବର୍ତ୍ତୀ ରାଜ୍ୟରେ ପାକିସ୍ତାନ ପଟୁ ଆକ୍ରମଣ ଦେଖିଛି ଭାରତ । ତେଣୁ ଲୋକଙ୍କୁ ଏହି ଆକ୍ରମଣ ଏବଂ ଏହାକୁ ନେଇ କେମିତି ସତର୍କ ରହିହେବ ସେନେଇ ସଚେତନ କରାଯିବ । ସୁରକ୍ଷା ଏଜେନ୍ସିମାନେ ମଧ୍ଯ ଏହି ମକ୍ ଡ୍ରିଲରେ ସାମିଲ ହେବେ ।