ଆବାସ ଆବଣ୍ଟନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ, ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି

ଆବାସ ଆବଣ୍ଟନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ, ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଦୃଷ୍ଟିକୋଣରୁ ପ୍ରେରଣା ନେଇ ଏବଂ ସୁଗମ୍ୟ ଭାରତ ଅଭିଯାନ ଅଧୀନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ପ୍ରତି ଥିବା ପ୍ରତିବଦ୍ଧତା ଅନୁସାରେ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ସମାବେଶୀ ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି।

ଏହି ପଦକ୍ଷେପ ଅନୁସାରେ କେନ୍ଦ୍ର ସରକାରଙ୍କ ଆବାସ ଆବଣ୍ଟନ ଯୋଜନାରେ ଏଣିକି ୪% ଗୃହ ଦିବ୍ୟାଙ୍ଗ ଆବେଦନକାରୀମାନଙ୍କ ପାଇଁ ସଂରକ୍ଷିତ ରହିବ। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମାନତା, ମର୍ଯ୍ୟାଦା ପ୍ରଦାନ ତଥା ସାର୍ବଜନୀନ ସେବା ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରହଣ କରାଯାଇଛି।

ଏହା ପୂର୍ବରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର (ଆରପିଡବ୍ଲୁଡି) ଆଇନ, ୨୦୧୬ ସହିତ ସମନ୍ୱୟ ରଖି, ଇଷ୍ଟେଟ୍‍ ନିର୍ଦ୍ଦେଶାଳୟ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆବାସିକ ଯୋଜନାରେ ନ୍ୟାୟପୂର୍ଣ୍ଣ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଏକ ଅଫିସ ମେମୋରାଣ୍ଡମ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *