ପାକିସ୍ତାନର ଗୁପ୍ତଚର ସନ୍ଦେହରେ ୧୧ ଜଣ ଗିରଫ
ନୂଆଦିଲ୍ଲୀ: ଭାରତ ଭିତରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି । ଦେଶ ଭିତରେ ଅଛନ୍ତି ପାକିସ୍ତାନର ମାଳ ମାଳ ଗୁପ୍ତଚର । ଯେଉଁମାନଙ୍କୁ ଚିହ୍ନଟ କରି ଗତ ୩ ଦିନ ଭିତରେ ଗିରଫ କରାଯାଇଛି । ଗତ କିଛି ଦିନ ଭିତରେ ପାକିସ୍ତାନର ଗୁପ୍ତଚର ସନ୍ଦେହରେ ଯେଉଁ ୧୧ ଜଣଙ୍କୁ ଗିରଫ କରାଯାଇଛି ସେମାନେ ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜ୍ୟୋତି ମାଲହୋତ୍ରାଙ୍କ ସମେତ, ହରିଆଣାର ଦେବେନ୍ଦ୍ର ସିଂହ, ନୋମାଲ ଇଲାହୀ, ଅରମାନ । ପଞ୍ଜାବର ଗଜାଲା, ୟାମିନ ମହମ୍ମଦ, ମହମ୍ମଦ ମୁତେଜା ଅଲ୍ଲୀ ଭଳି ଅନେକଙ୍କୁ ଗିରଫ କରାଯାଇଛି । ଏପଟେ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ପୁରୀର ପ୍ରିୟଙ୍କା ସେନାପତିଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଭିତରେ ଅଛନ୍ତି ୟୁଟ୍ୟୁବର , ସିକ୍ୟୁରିଟି ଗାର୍ଡ , ଆପ୍ ଡେଭଲପର ବି ଅଛନ୍ତି ।