ଭାର୍ଗବାସ୍ତ୍ର’ର ପରୀକ୍ଷଣ ସଫଳ

ଭାର୍ଗବାସ୍ତ୍ର’ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ନିକଟରେ ଭାରତ ପାକିସ୍ତାନର ଘୃଣ୍ୟ ଆତଙ୍କବାଦୀ ଉଦ୍ଦେଶ୍ୟକୁ ପଣ୍ଡ କରିଛି ।
ଆଉ ଏବେ ପାକିସ୍ତାନ ଏବଂ ତା’ର ବନ୍ଧୁମାନଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି
। ଡ୍ରୋନ ଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଭାରତ ପାଖରେ ଏବେ
ଏକ ନୂଆ ଏବଂ କମ୍ ମୂଲ୍ୟର ସମାଧାନ ଅଛି । ଯାହାର ନାଁ ହେଉଛି ଭାର୍ଗବାସ୍ତ୍ର ।
ଭାର୍ଗବାସ୍ତ୍ର ନାମକ ଏହି ହାର୍ଡ କିଲ୍ ମୋଡ୍ କାଉଣ୍ଟର ଡ୍ରୋନ୍ ସିଷ୍ଟମକୁ ସୋଲାର ଡିଫେନ୍ସ
ଆଣ୍ଡ୍ ଏରୋସ୍ପେସ୍ ଲିମିଟେଡ୍ ଝଊଇଖ ଦ୍ୱାରା ଡିଜାଇନ୍ ଏବଂ ବିକଶିତ କରାଯାଇଛି ।
ଏହାର ପ୍ରଥମ ପରୀକ୍ଷା କରାଯାଇଛି ଯେଉଁଥିରେ ଏହା ସଫଳ ହୋଇଛି । ଏହି ସିଷ୍ଟମ
ମାଇକ୍ରୋ ରକେଟ୍ ମାଧ୍ୟମରେ ଡ୍ରୋନ୍ ଆକ୍ରମଣର ଜବାବ ଦେବାକୁ ସକ୍ଷମ । ଏହାକୁ
ଡ୍ରୋନ୍ ବିପଦକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବରେ ବିକଶିତ କରାଯାଇଛି । ଏହି ସିଷ୍ଟମର
ମାଇକ୍ରୋ ରକେଟ୍ ଗୁଡ଼ିକୁ ୧୩ ମେ, ୨୦୨୫ରେ ଓଡ଼ିଶାର ଗୋପାଳପୁରର ସିୱାର୍ଡ
ଫାୟାରିଂ ରେଞ୍ଜରେ ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ଭାରତୀୟ ସେନାର
ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମୋଟ ତିନୋଟି ପରୀକ୍ଷା କରାଯାଇଥିଲା ।
ଦୁଇଟି ପରୀକ୍ଷଣରେ, ଗୋଟିଏ ଗୋଟିଏ ରକେଟ୍ ଉତକ୍ଷେପଣ କରାଯାଇଥିଲା,
ଯେତେବେଳେ କି ଗୋଟିଏ ପରୀକ୍ଷଣରେ ସଲବୋ ମୋଡ୍‌ରେ ମାତ୍ର ଦୁଇ ସେକେଣ୍ଡର
ବ୍ୟବଧାନରେ ଦୁଇଟି ରକେଟ୍ ଉତକ୍ଷେପଣ କରାଯାଇଥିଲା ।

Leave a Reply