Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପଶ୍ଚିମ ବଙ୍ଗରେ କଣ ହେଉଛି ଡାଇରେକ୍ଟ ଆକ୍ସନ ଡେ’ ର ପୁନରାବୃତ୍ତି ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମ ବଙ୍ଗରେ କଣ ହେଉଛି ଡାଇରେକ୍ଟ ଆକ୍ସନ ଡେ’ ର ପୁନରାବୃତ୍ତି ?

ପଶ୍ଚିମ ବଙ୍ଗରେ କଣ ହେଉଛି ଡାଇରେକ୍ଟ ଆକ୍ସନ ଡେ’ ର ପୁନରାବୃତ୍ତି ?
-ଡ ସମନ୍ୱୟ ନନ୍ଦ
ୱକଫ ସଂଶୋଧନ ଅଧିନିୟମ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ପଶ୍ଚିମ ବଙ୍ଗର ବିଭିନ୍ନ ଜିଲ୍ଲାରେ ବିଶେଷ ଭାବେ ମୁର୍ଶିଦାବାଦ ଜିଲ୍ଲାରେ ଯେପରି ଭାବେ ଇସଲାମୀ ଭୀଡ ଆକ୍ରମଣ କରୁଛି ତାହା ଭାରତ ବିଭାଜନ ପୂର୍ବରୁ ଡାଇରେକ୍ଟ ଆକ୍ସନ ଡେ କଥାକୁ ମନେ ପକାଇ ଦେଉଛି । ଯେଭଳି ଭାବେ ସଂଗଠିତ ଇସଲାମୀ ଭୀଡ ଦ୍ୱାରା ହିଂସା, ଉପଦ୍ରବ ଘଟଣା ମାନ ଆସୁଛି ଓ ରାଜସତ୍ତା ଏହି ଆକ୍ରମଣକାରୀ ମାନଙ୍କ ଆଗରେ ମୁଣ୍ଡ ନୂଆଇଁ ଦେଇଛି ତାହା ଆଗାମୀ ଦିନରେ ହିନ୍ଦୁ ମାନଙ୍କ ଉପରେ କିଭଳି ଅବସ୍ଥା ହେବାକୁ ଯାଉଛି ତାହାର ସଂକେତ ପ୍ରଦାନ କରୁଛି । ଏବେ ମଧ୍ୟ କିଛି ହିନ୍ଦୁ ମାନଙ୍କର ପଳାୟନର ଭିଡିଓ ଓ ଫଟୋ ଗଣମାଧ୍ୟମରେ ଆସିଲାଣି ।
ଭାରତର ବିଭାଜନ କରି ପାକିସ୍ତାନ ନିର୍ମାଣ କରିବାକୁ ବାଧ୍ୟ କରିବା ପାଇଁ ମୁସଲିମ ଲିଗ ୧୯୪୬ ମସିହା ଅଗଷ୍ଟ ୧୬ରେ ମୁସଲମାନ ମାନଙ୍କୁ ‘ଡାଇରେକ୍ଟ ଆକ୍ସନ ଡେ’ ରୁପେ ପାଳନ କରିବାକୁ ଆହ୍ୱାନ କରିଥିଲା । ଲିଗ କହିଥିଲା – “ଭାରତର ମୁସଲମାନ ମାନେ ସେତେବେଳେ ଯାଏ ଶାନ୍ତିର ସହିତ ବସିବେ ନାହିଁ, ଯେତେବେଳ ଯାଏ ସ୍ୱାଧୀନ ଏବଂ ପୂର୍ଣ ସଂପ୍ରଭୁତା ସମ୍ପନ୍ନ ପାକିସ୍ତାନର ସ୍ଥାପନା ନ ହୋଇଛି .. ଏବେ ସମୟ ଆସି ଯାଇଛି ଯେ ମୁସଲମାନ ରାଷ୍ଟ୍ର ଡାଇରେକ୍ଟ ଆକ୍ସନ ଆରମ୍ଭ କରନ୍ତୁ । ”
୧୬ ଅଗଷ୍ଟ ଯେତେ ଯେତେ ପାଖକୁ ଆସିଲା ମାତ୍ରେ ମୁସଲିମ ଲିଗ ସମସ୍ତ ମହାନଗର ଓ ଛୋଟ ସହର ମାନଙ୍କରେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଜେହାଦ ଆରମ୍ଭ କରି ଦେଇଥିଲା । ସଭା ସମିତି କରା ଗଲା, ରାଲୀ ବାହାର କରା ଯାଇଥିଲା । ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରା ଗଲା । ବଙ୍ଗ ଓ ସିନ୍ଧରେ ଲିଗ ମନ୍ତ୍ରିମଣ୍ଡଳ ୧୬ ଅଗଷ୍ଟକୁ ଛୁଟି ବୋଲି ଘୋଷଣା କରିଥିଲେ ।
ସେତେବେଳେ ଅନେକ ରାଦ୍ୟରେ ପୋଲିସରେ ମୁସଲମାନ ମାନେ ବହୁସଂଖ୍ୟକ ଥିଲେ । ସିନ୍ଧ ଓ ପଂଜାବ ପୋଲିସରେ ୭୦ ପ୍ରତିଶତ ମୁସଲମାନ ଥିଲେ ଓ ବଙ୍ଗ ଓ ସଂଯୁକ୍ତ ପ୍ରାନ୍ତ ପୋଲିସରେ ୫୦ ପ୍ରତିଶତ ମୁସଲମାନ ଥିଲେ ।
ଅଗଷ୍ଟ ୧୬ ତାରିଖ ଦିନ କଲିକତାରେ ଯାହା ହେଲା ତାହା ଅବର୍ଣନୀୟ । ଏହା କଲିକତା ଜନସଂହାର ନାମରେ ଖ୍ୟାତ । ଏହି ଜଘନ୍ୟ ଜନସଂହାର ପାଇଁ ମଂଚ ସ୍ୱୟଂ ବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ତିଆରି କରିଥିଲେ । କଲିକତା ଓ ଏହାର ଆଖପାଖ ଅଂଚଳରେ ବଛା ବଛା ଗୁଣ୍ଡା ମାନଙ୍କୁ ଏକାଠି କରି ଯାଇଥିଲା । ତାଙ୍କୁ ଆଗ୍ନେୟାସ୍ତ୍ର ଓ ଅନ୍ୟ ଅସ୍ତ୍ର ଶସ୍ତ୍ର ପ୍ରଦାନ କରା ଗଲା । ପେଟ୍ରୋଲର ଅଭାବ ହେବା କାରଣରୁ ସେମାନଙ୍କୁ ପେଟ୍ରୋଲର ରାସନ କୁପନ ବିନା ମୂଲ୍ୟରେ ପ୍ରଦାନ କରା ଯାଇଥିଲା । ହାଓଡାର ଗୁଣ୍ଡା ମାନଙ୍କର ସମୂହର ନେତୃତ୍ୱ କଲିକତାର ତତ୍କାଳୀନ ମେୟର ଶରିଫ ଖାଁ ସମ୍ଭାଳିଥିଲା । ୨୪ ପୋଲିସ ମୁଖ୍ୟାଳୟ ମଧ୍ୟରୁ ୨୨ଟିରେ ହିନ୍ଦୁ ପୋଲିସ ଅଧିକାରୀ ମାନଙ୍କ ସ୍ଥାନରେ ମୁସଲିମ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଗଲା । ବଳକା ୨ଟି ସ୍ଥାନରେ ଆଂଗ୍ଲୋ ଇଣ୍ଡିଆନ ଅଧିକାରୀ ଥିଲେ ।
ଅଗଷ୍ଟ ୧୬ ତାରିଖ ଦିନ ସକାଳ ମୁସଲିମ ଲିଗ ପକ୍ଷରୁ ଜୁଲୁସ ବାହାର କରାଗଲା । ମୁଖ୍ୟମନ୍ତ୍ରୀ ସୁହାରବର୍ଦୀଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସଭା ହେଲା । ଏହି ସଭାରେ ଜଣେ ପରେ ଜଣେ ବକ୍ତା ହିନ୍ଦୁ ମାନଙ୍କର ବିନାଶ ପାଇଁ ଶପଥ ନେଲେ । କାଫିର ମାନଙ୍କ ବିରୁଦ୍ଧରେ ଜେହାଦର ଖୋଲାଖୋଲି ଘୋଷଣା କରା ଗଲା । ସଭା ସରିଲା ପରେ ସେଠାରୁ ଫେରୁଥିବା ଲୋକ ମାନେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ହିଂସା ଆରମ୍ଭ କରି ଦେଲେ । ଭୀଷଣ ମାତ୍ରାରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ ଆରମ୍ଭ ହୋଇଗଲା । ଏପରି ଲାଗୁଥିଲା ଯେ ମଧ୍ୟକାଳୀନ ବର୍ବରତାପୂର୍ଣ ଇସଲାମୀ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇ ଯାଇଛି । ଏହି ତାଣ୍ଡବ ଲଗାତାର ଦୁଇ ଦିନ ଧରି ଚାଲିଥିଲା । ଏହାକୁ ଅଟକାଇବା ପାଇଁ କେହି ନ ଥିଲେ । ଯାହାକୁ ମଧ୍ୟ ଆପରାଧିକ କାରଣ ପାଇଁ ବନ୍ଦୀ କରା ଯାଇଥିଲା ସେମାନଙ୍କୁ ଜେଲରୁ ଖଲାସ କରି ଦିଆ ଯାଇଥିଲା । ଏହି ନିର୍ଦେଶ ସ୍ୱୟଂ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ଦେଇଥିଲା ଯିଏ ନିଜେ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏହି ହିଂସାକୁ ପରିଚାଳିତ କରୁଥିଲା ।
କଲିକତାର ସଡକରେ ୧୦ ହଜାରରୁ ଅଧିକ ନର- ନାରୀ ଓ ପିଲା ମାନଙ୍କର ହତ୍ୟା ହୋଇଥିଲା । ୧୫ ହଜାରରୁ ଅଧିକ ଲୋକ ଅତ୍ୟନ୍ତ କ୍ଷତ ବିକ୍ଷତ ହୋଇଥିଲେ । ଏକ ଲକ୍ଷରୁ ଅଧିକ ଲୋକଙ୍କର ଘର ଜାଳି ଦିଆ ଯାଇଥିଲା । ଦାନବତାର ନଗ୍ନ ଚିତ୍ର କଲିକାତା ସହରରେ ଦେଖା ଯାଇଥିଲା ।
ସେତେବେଳର ଷ୍ଟେଟସମ୍ୟାନର ରିପୋର୍ଟର କିମ କ୍ରିଷ୍ଟେନ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି – “ ଯୁଦ୍ଧର ଅନୁଭୁତି ମୋତେ କଠୋର କରି ଦେଇଛି, କିନ୍ତୁ ଯୁଦ୍ଧର ବିଭୀଷିକା ମଧ୍ୟ ଏତେ ଭୟାବହ ହୋଇ ନ ଥାଏ । ଏହା ଦଙ୍ଗା ନୁହେଁ । ଏଥି ପାଇଁ ତ ଶବ୍ଦ ମଧ୍ୟକାଳୀନ ଇତିହାସରୁ ଖୋଜିବାକୁ ପଡିବ । ଉନ୍ମାଦ ଶବ୍ଦ ଏଥି ପାଇଁ ପ୍ରଯୁଜ୍ୟ ହେବ ନାହିଁ ଓ ଏହା ହାଲୁକା ହେବ, କାରଣ ଉନ୍ମାଦ ନିଜେ ତିଆରି ହୋଇଥାଏ ହେଲେ ଏହି ଉନ୍ମାଦ ପଛରେ ତ ଯୋଜନାବଦ୍ଧ ଓ ସଂଗଠିତ ପ୍ରୟାସ ଦେଖା ଯାଉଛି । ”
ଏହା ପରେ ମୁସଲିମ ଲିଗ ତାର ଡାଇରେକ୍ଟ ଆକ୍ସନକୁ ତିପ୍ପରା ଓ ନୋଆଖାଲିକୁ ସ୍ଥାନାନ୍ତରିତ କରି ଦେଇଥିଲା । ଏହି ଅଂଚଳରେ ହିନ୍ଦୁ ମାନେ ସଂଖ୍ୟାଲଘୁ ଥିଲୋ ଏହି ଅଂଚଳରେ ଯେପରି ହିଂସା କରାଗଲା ତାହା ମଧ୍ୟ ଅବର୍ଣନୀୟ ଥିଲା । ସପ୍ତାହ ସପ୍ତାହ ଧରି ଜେହାଦ ଚାଲିଥିଲା । ଭୟଙ୍କର ନରସଂହାର ହେଲା, ହିନ୍ଦୁ ମାନଙ୍କର ବ୍ୟାପକ ଧର୍ମାନ୍ତରଣ କରା ଯାଇଥିଲା । ହିନ୍ଦୁ ମହିଳା ମାନଙ୍କର ଅପହରଣ କରା ଯାଇ ତାଙ୍କ ସହିତ ବଳପୂର୍ବକ ନିକାହ କରାଗଲା ।
ମିସ ମ୍ୟୁରିଲ ଲେଷ୍ଟର ନାମକ ଜଣେ ବିଦେଶୀ ୧୯୪୬ ମସିହାରେ ପୂର୍ବ ବଙ୍ଗର ଏକ ଗ୍ରାମରେ ସହାୟତା ଶିବିରରେ ପହଂଚିଥିଲେ । ସେ ନଭେମ୍ବର ୬ ତାରିଖ ଦିନ ଲେଖିଛନ୍ତି – “ମହିଳା ମାନଙ୍କର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା । ଅନେକ ମହିଳାଙ୍କ ସେମାନଙ୍କ ଆଖି ସାମନାରେ ସେମାନଙ୍କର ସ୍ୱାମୀ ମାନଙ୍କୁ ହତ୍ୟା କରା ଯାଇଥିଲା ଓ ସେହି ମହିଳା ମାନଙ୍କର ନିକାହ ସେମାନଙ୍କର ସ୍ୱାମୀ ମାନଙ୍କର ହତ୍ୟାକାରୀ ମାନଙ୍କ ସହ ଜୋର ଜବରଦସ୍ତି କରା ଯାଇଥିଲା । ମହିଳା ମାନଙ୍କର ଆଖି ପଥର ହୋଇ ଯାଇଥିଲା । … ଜୀବନ ରକ୍ଷା ପାଇଁ ହଜାର ହଜାର ଲୋକଙ୍କୁ ଇସଲାମ ଗ୍ରହଣ କରିବାକୁ ପଡିଥିଲା ଓ ଗୋମାଂସ ଖାଇବାକୁ ପଡିଥିଲା । ”
ଏବେ ମଧ୍ୟ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଛି । ଏହା ୧୯୪୬ ମସିହାର ‘ଡାଇରେକ୍ଟ ଆକ୍ସନ ଡେ’ ର ବିଭତ୍ସ ଦୃଶ୍ୟ ଓ କ୍ଷତକୁ ମନେ ପକାଇ ଦେଇଛି ।
ଏହା ପ୍ରଥମ ଥର ପାଇଁ ହେଉ ନାହିଁ । ପଶ୍ଚିମ ବଙ୍ଗ ବିଧାନସଭାର ଫଳାଫଳ ଆସିବା ପରେ ମଧ୍ୟ ଏହି ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଯଦି ସ୍ଥିତିକୁ ଠିକ ଭାବେ ଆକଳନ କରି ଉଚିତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ କଣ ହେବାକୁ ଯାଉଛି ତାହାର ଅନୁମାନ କରାଯାଇ ପାରେ । ଯେଉଁ ଦେଶ ଇତିହାସରୁ ଶିକ୍ଷା ଗ୍ରହଣ କରେ ନାହିଁ ସେହି ଦେଶ ନିଜେ ଇତିହାସ ହୋଇଯାଏ ।

Leave a Reply