ଲଣ୍ଡନ, ଆୟର୍ଲାଣ୍ଡ ଗଲା ଢେଙ୍କାନାଳର ଗ୍ରୀନ୍ ଅମୃତଭଣ୍ଡା

ଲଣ୍ଡନ, ଆୟର୍ଲାଣ୍ଡ ଗଲା ଢେଙ୍କାନାଳର ଗ୍ରୀନ୍ ଅମୃତଭଣ୍ଡା
ଢେଙ୍କାନାଳ-ଆମ୍ବ ପରେ ଢେଙ୍କାନାଳର ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହାର ସୁସ୍ବାଦକୁ ନେଇ ବିଦେଶରେ ଲୋକମାନେ ଏହି ଅମୃତଭଣ୍ଡା ପ୍ରତି ଅଧ୍ଵକ ଆଗ୍ରହ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲା ସପ୍ତଶଯ୍ୟା ଆଗ୍ରୋ ପ୍ରଡ୍ୟୁସର କମ୍ପାନୀର ୧୪ଜଣ ମହିଳା ଚାଷୀଙ୍କ ଦ୍ଵାରା କରାଯାଉଥିବା ଅମୃତଭଣ୍ଡା ଚାଷରୁ ୧ଟନ ସଂଗ୍ରହ କରାଯାଇ ଗତ ସପ୍ତାହରେ ଲଣ୍ଡନକୁ ରତ୍ପାନୀ କରାଯାଇଛି। ସେହିପରି ଓଡ଼ାପଡ଼ା ବ୍ଲକ ଘଟିଗିରି ଅଞ୍ଚଳରୁ ମଦନ ମୋହନ କୋପରେଟିଭ୍ ସୋସାଇଟି ମାଧ୍ୟମରେ ଆୟର୍ଲାଣ୍ଡର ଡବଲିନ ସହରକୁ ଗ୍ରୀନ ଅମୃତଭଣ୍ଡା ରତ୍ପାନୀ କରାଯାଇଛି। ପ୍ରଥମକରି ଢେଙ୍କାନାଳର ଅମୃତ ଭଣ୍ଡାକୁ ବିଦେଶକୁ ରପ୍ତାନୀ କରାଯାଇଥିବା ଜଣାପଡିଛି। ଆପେଡା (ଏଗ୍ରିକଲଚରାଲ ଆଣ୍ଡ୍ ପ୍ରୋସେସଡ୍ ଫୁଡ ପ୍ରଡକ୍ଟ ଏକ୍ସପର୍ଟ ଡେଭେଲପମେଣ୍ଟ ଅଥରିଟି) ମାଧ୍ୟମରେ ଢେଙ୍କାନାଳର ଅମୃତ ଭଣ୍ଡାକୁ ବିଦେଶକୁ ରପ୍ତାନୀ କରାଯାଇଛି। ପୂର୍ବରୁ,ଢେଙ୍କାନାଳର ଆମ୍ବକୁ ଦୁବାଇ ରପ୍ତାନୀ କରାଯାଇଥିଲା। ସପ୍ତଶଯ୍ୟାରୁ ସଗୃହୀତ ଗ୍ରୀନ ଅମୃତଭଣ୍ଡାକୁ ଲଣ୍ଡନ ରତ୍ପାନି କରାଯାଉଛି।

Leave a Reply

Your email address will not be published. Required fields are marked *