ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୁର ମହାସଂଘ (ବିଏମ୍ଏସ୍)ର ସର୍ବଭାରତୀୟ ବାର୍ଷିକ ସମ୍ମିଳନୀ

ବିଏସ୍ଏସ୍‌ର ସର୍ବଭାରତୀୟ ବାର୍ଷିକ ସମ୍ମିଳନୀ
ଜଗତସିଂହପୁର,୧/୩: ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୁର ମହାସଂଘ (ବିଏମ୍ଏସ୍)ର ଦୁଇ ଦିନିଆ ୧୧ତମ ବାର୍ଷିକ ସମ୍ମିଳନୀ ପାରାଦୀପ ବନ୍ଦରର ଜୟଦେବ ସଦନ ପରିସରରେ ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି। ମାର୍ଚ୍ଚ ୧ ଓ ୨ ତାରିଖ ଦୁଇଦିନ ବ୍ୟାପି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ବିଏମ୍ଏସ୍ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ଜୀ ହିମତେ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ସମାରୋହରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ. ହରନାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଏମ୍ଏସ୍ ର ରାଷ୍ଟ୍ରୀୟ ସଭାପତି ଶ୍ରୀକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏମଏସର କେନ୍ଦ୍ରୀୟ ପ୍ରଭାରୀ ଚନ୍ଦ୍ରକାନ୍ତ ଧୁମାଲ, ସହ ପ୍ରଭାରୀ ଭି.ଏନ. ଚାୱଡା, ବିଏମଏସ ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପାଟିଲ, କୋଷାଧ୍ୟକ୍ଷ ସୁଧୀର ଘରତ, ବିଏମ୍ଏସ୍ ପାରାଦୀପ ଶାଖା ସଭାପତି ରାକେଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଏକ ପଦଯାତ୍ରା ବନ୍ଦର ସହର ପରିକ୍ରମା କରି ଜୟଦେବ ସଦନ ସମ୍ମିଳନୀ ସଭା ନିକଟରେ ସମାପ୍ତ ହୋଇଥିଲା । ଏହି ଦୁଇଦିନିଆ ସମ୍ମିଳନୀରେ ପାରାଦୀପ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବିଏମ୍ଏସ୍ କର୍ମକର୍ତା ଓ ସଦସ୍ୟ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *