ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ବିଷ୍ଣୁ-ବିନା ମୂଲ୍ୟରେ ରୋଗୀଙ୍କୁ ଯୋଗାଉଛନ୍ତି ଅଟୋ ସେବା

ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ବିଷ୍ଣୁ-ବିନା ମୂଲ୍ୟରେ ରୋଗୀଙ୍କୁ ଯୋଗାଉଛନ୍ତି ଅଟୋ ସେବା
କଟକ,୨୮। ୨ : ଉପାନ୍ତରୁ ଉପକୂଳ। ପଛୁଆ ଗ୍ରାମାଞ୍ଚଳରୁ ସହରାଞ୍ଚଳ। ସକାଳ ହେଲେ କେତେ ପାଦ ପଡ଼େ କଟକରେ । କାଇଁ କେତେ ଦୂର ଦୂରାନ୍ତରରୁ ଚିକିତ୍ସା ସେବା ପାଇଁ ବଡ଼ ଡାକ୍ତରଖାନାକୁ ଧାଇଁ ଆସନ୍ତି ରୋଗୀ। ଅର୍ଥାଭାବରୁ ସେମାନେ ସରକାରୀ ଡାକ୍ତରଖାନାରେ ନିଃଶୁଳ୍କରେ ଡାକ୍ତର ପରାମର୍ଶ ନେଇଥାନ୍ତି । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟ୍ରେନ ଏବଂ ବସରେ ଚାଲି ଆସିଥାନ୍ତି; ହେଲେ ସେଠାରୁ ଡାକ୍ତରଖାନା ଆସିବାକୁ ପାଖରେ ଟଙ୍କାଟିଏ ନଥାଏ। ସେଭଳି ରୋଗୀଙ୍କ ପାଇଁ ଛିଡ଼ା ହୋଇଥାଏ ସାପ୍ତାହିକ ଅଟେ। ଏଥିରେ ଯିବାକୁ ହେଲେ ଟଙ୍କାଟିଏ ଦେବାକୁ ପଡ଼ିନଥାଏ। ସପ୍ତାହରେ ଥ ରେ ସିନ୍ଦୂରା ଫାଟିବା ପୂର୍ବରୁ କଟକ ରେଳ ଷ୍ଟେସନ ହେଉ କି ବାଦାମବାଡ଼ି ବସଷ୍ଟାଣ୍ଡ ଏହି ଅଟେ ଧରି ଛିଡ଼ା ହୋଇଥାନ୍ତି ଜଣେ ଅଟୋଚାଳକ। ଲୋକଙ୍କୁ ଡାକନ୍ତି ଏବଂ ନିଃ ଶୁଳ୍କରେ ଅଟୋରେ ଆଣି ବଡ଼ ଡାକ୍ତରଖାନାରେ ଛାଡ଼ିଥାନ୍ତି। ଆଜିର ସମାଜରେ ଏଭଳି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଚାଉଳିଆଗଞ୍ଜ ଅଞ୍ଚଳ ବିଷ୍ଣୁ ପାତ୍ର।
କଟକ ବଡ଼ ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଡାକ୍ତରଖାନା କିପରି
ଯିବେ, କେଉଁଠି ଡାକ୍ତର ଦେଖାଇବେ ଏନେଇ ରୋଗୀ ଓ ସମ୍ପର୍କୀୟ ଚିନ୍ତାରେ ଥାଆନ୍ତି। ହେଲେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ
ଗୁରୁବାର ବିଷ୍ଣୁ ବାହାରି ପଡ଼ନ୍ତି ରୋଗୀ ସେବାରେ । ଅଟୋ ଆଗରେ ଏବଂ ପଛରେ ମାଗଣା ସାପ୍ତାହିକ ଅଟେ ସେବା ଲେଖିଛନ୍ତି। ପ୍ରତ୍ୟେକ ଗୁରୁବାର ସକାଳୁ ଉଠି ବିଷ୍ଣୁ ଲାଗି ପଡ଼ନ୍ତି ରୋଗୀ ସେବାରେ। ବାଦାମବାଡ଼ିରୁ ରୋଗୀ ନେଇ କଟକ ବଡ଼ ଡାକ୍ତରଖାନାରେ ଛାଡ଼ିଥାନ୍ତି । ବିଷ୍ଣୁ ପ୍ରାୟ ୩୦ ରୋଗୀଙ୍କୁ ଏସ୍‌ସିବି ନେଇ ଯାଇଥାନ୍ତି। ୨୦୦୪ ମସିହାରୁ ସଡ଼କ ଦୁର୍ଘଟଣାରେ ବିଷ୍ଣୁଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ତା ପର ଠାରୁ ବିଷ୍ଣୁ ଅଟୋରୁ ଘର ଚଳାଇବା ଠାରୁ ଆରମ୍ଭ କରି ପିଲାଙ୍କୁ ପାଠ ପଢ଼ା ଖର୍ଚ୍ଚ ବହନ କରୁଛନ୍ତି। ଏନେଇ ବିଷ୍ଣୁ କହିଛନ୍ତି, ଅନେକ ଯାତ୍ରୀ ମିଳନ୍ତି ଯେ କି ଚିକିତ୍ସା ପାଇଁ ଏସ୍‌ସିବି ଆସିଥାନ୍ତି; ହେଲେ ଅଟେ। ଭଡ଼ା ଦେବାକୁ ପଇସା ନଥାଏ। ଏଥିପାଇଁ ସପ୍ତାହକୁ ଥରେ ଏଭଳି ବ୍ୟବସ୍ଥା କରିବାକୁ ମନରେ ଭାବିଲି। ବସ ଷ୍ଟାଣ୍ଡରୁ ମେଡିକାଲ ଓ ମେଡିକାଲରୁ ବସ ଷ୍ଟାଣ୍ଡ କିମ୍ବା ରେଲୱେ ଷ୍ଟେସନ ନେଇ ରୋଗୀଙ୍କୁ ଯାଇଥାଏ। ପିଲାଟି ବେଳୁ ସେବା କରିବା ପାଇଁ ଆଗ୍ରହ ଥିବାରୁ ଏଭଳି କରିବାକୁ ସ୍ଥିର କରିଛି। ବିନା ମୂଲ୍ୟ ଓ ବିନା ସ୍ୱାର୍ଥରେ ବିଷ୍ଣୁଙ୍କ ଏଭଳି ଉଦ୍ୟମ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

Leave a Reply

Your email address will not be published. Required fields are marked *