ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସ୍ବଚ୍ଛତା ସେବା

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସ୍ବଚ୍ଛତା ସେବା
ସାଲେପୁର, ୨୮ ।୨ : ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସାଲେପୁର ପ୍ରଖଣ୍ଡ ପକ୍ଷରୁ ପ୍ରାଚୀନ ଶୈବପୀଠ ବାଟେଶ୍ଵରଙ୍କ ପୀଠରେ ଜଳଛତ୍ର ତଥା ସ୍ଵଚ୍ଛତା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାଶିବ ରାତ୍ରି ଅବସରରେ ସାଲେପୁର ପ୍ରଖଣ୍ଡ ସହ ସଂଯୋଜକ ସନ୍ତୋଷ କୁମାର ସାମଲ, ଭଟିମୁଣ୍ଡା ଖଣ୍ଡ ସଂଯୋଜକ ପ୍ରଫୁଲ୍ଲ ପଷ୍ଟି, ଶିବପ୍ରସାଦ ବେହେରା, ନସିଂହ ସ୍ବାଇଁ, ଲକ୍ଷ୍ମଣ ସାମଲଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦ ସାଲେପୁରର ବରିଷ୍ଠ କର୍ମକର୍ତ୍ତା ଅନିରୁଦ୍ଧ ବେହେରା, ଅବିନାଶ କର ପ୍ରମୁଖ ଉପସ୍ଥିତ ରହି ଭକ୍ତମାନଙ୍କୁ ସେବା ଯୋଗାଇ ଦେଇଥିଲେ। ଏହି ଅବସରରେ ବଜରଙ୍ଗ ଦଳ କଟକ ବିଭାଗ ସଂଯୋଜକ ଅସିତ କୁମାର ସ୍ବାଇଁ ଯୋଗଦେଇ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *