କାନାଡାରେ ନିର୍ବାଚନ ଜିତିଲେ ୫ ଭାରତୀୟ ବଂଶୋଦ୍ଭବ

ଓଟାଓ୍ବା : କାନାଡାରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କିଛି ନୂଆ କଥା ନୁହେଁ। ଖାଲିସ୍ତାନୀ କାର୍ଯ୍ୟକଳାପଠାରୁ ଆରମ୍ଭ କରି କୂଟନୈତିକ ଉତ୍ତେଜନା ପର୍ଯ୍ୟନ୍ତ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ପଷ୍ଟ ଭାବେ ତିକ୍ତ ହୋଇଛି। କିନ୍ତୁ ଏହି କାନାଡାରେ ୫ ଜଣ ଭାରତୀୟ ବଂଶୋଦ୍ଭବ ନେତା ନିର୍ବାଚନ ଜିତି ନୂଆ ଇତିହାସ ରଚିଛନ୍ତି ।

ଗୁରୁବାର ଓଣ୍ଟାରିଓ ବିଧାନସଭା ନିର୍ବାଚନରେ ଅନେକ ପ୍ରମୁଖ ମନ୍ତ୍ରୀଙ୍କ ସମେତ ୫ ଜଣ ଇଣ୍ଡୋ-କାନାଡିଆନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଥିବା ପ୍ରୋଗ୍ରେସିଭ୍ କଞ୍ଜର୍ଭେଟିଭ୍ ପାର୍ଟି ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା।

ଅଣ୍ଟାରିଓ ବିଧାନସଭାର କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ଥିଲା, କିନ୍ତୁ ଏଠାକାର ପ୍ରିମିୟର ଡଗ୍ ଫୋର୍ଡ ହଠାତ୍ ନିର୍ବାଚନ ଘୋଷଣା କରିଥିଲେ। ଦୃଢ ଜନାଦେଶ ଦାବି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଶୁଳ୍କ ଲାଗୁ ହେବାର ଧମକକୁ ସେ ଉଦାହରଣ ଦେଇଛନ୍ତି। ତେବେ ରାଜନୈତିକ ଫାଇଦା ଉଠାଇବା ପାଇଁ ଫୋର୍ଡ ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *