ମହମ୍ମଦ ୟୁନୁସ୍‌ ବାଂଲାଦେଶରେ ‘ଆତଙ୍କବାଦୀ’ ସୃଷ୍ଟି କରିବା ସହ ଅରାଜକତା’ ବଢ଼ାଉଛନ୍ତି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ରାଷ୍ଟ୍ରର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ‘ଗ୍ୟାଙ୍ଗଷ୍ଟର’ ବୋଲି ଅଭିହିତ କରିବା ସହ ସେ ଦେଶରେ ‘ଆତଙ୍କବାଦୀ’ ସୃଷ୍ଟି କରିବା ଓ ‘ଅରାଜକତା’ ବଢ଼ାଉଥିବା ଅଭିଯୋଗ କରିଛନ୍ତି। ଏହାର ଜବାବରେ ଢାକା ତାଙ୍କୁ ଭାରତରୁ ଫେରାଇ ଆଣିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଏବଂ ହସିନାଙ୍କ ପ୍ରତ୍ୟର୍ପଣକୁ ସୁରକ୍ଷିତ ରଖିବା ଏହାର ସର୍ବୋଚ୍ଚ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଛି। ହସିନା ସୋମବାର ଜୁମ୍‌ରେ ଗତ ଜୁଲାଇର ଛାତ୍ର ବିଦ୍ରୋହରେ ସହିଦ ହୋଇଥିବା ୪ ଜଣ ପୁଲିସ କର୍ମଚାରୀଙ୍କ ବିଧବାମାନଙ୍କ ସହ ଆଲୋଚନା କରିଥିଲେ।

କଥାବାର୍ତ୍ତା ସମୟରେ ବହିଷ୍କୃତ ନେତା ସେମାନଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ଦେଶକୁ ଫେରିବା ପରେ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ‘ଏହି ହତ୍ୟାକାଣ୍ଡ ମୋତେ କ୍ଷମତାରୁ ହଟାଇବା ପାଇଁ ୟୁନୁସ୍‌ଙ୍କ ସୁଚିନ୍ତିତ ଷଡ୍‌ଯନ୍ତ୍ରର ଏକ ଅଂଶ ଥିଲା, ମୁଁ ବାଂଲାଦେଶ ଫେରି ଯାଇ ଆମ ପୁଲିସ କର୍ମଚାରୀଙ୍କ ମୃତ୍ୟୁର ପ୍ରତିଶୋଧ ନେବି’ ବୋଲି ହସିନା କହିଛନ୍ତି।  ମୁଁ ଫେରି ଯାଇ ତୁମ ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବି ବୋଲି ସେ କହିଛନ୍ତି। ହସିନାଙ୍କ ଜୁମ୍ ଆଲୋଚନା ପରେ ବାଂଲାଦେଶର ଅନ୍ତରୀଣ ପ୍ରଶାସନ ଜୋର ଦେଇ କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭାରତରୁ ପ୍ରତ୍ୟର୍ପଣ ସୁରକ୍ଷିତ କରିବା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା।

ହସିନାଙ୍କୁ ବ୍ୟକ୍ତିଗତ ଭାବେ ଶୁଣାଣି ପାଇଁ ହାଜର ହେବାକୁ ପଡ଼ିବ ବୋଲି ୟୁନୁସଙ୍କ ପ୍ରେସ୍ ସଚିବ ଶଫିକୁଲ ଆଲାମ୍ ମଙ୍ଗଳବାର କହିଛନ୍ତି। ସେ ଜାତିସଂଘ ମାନବାଧିକାର ହାଇ କମିସନରଙ୍କ କାର୍ଯ୍ୟାଳୟର ଏକ ରିପୋର୍ଟକୁ ଉଦାହରଣ ଦେଇ କହିଛନ୍ତି, ଜାତିସଂଘର ରିପୋର୍ଟ ଓ ଅଧିକାର ସଂଗଠନର କିଛି ରିପୋର୍ଟ ପ୍ରକାଶ ପାଇବା ପରେ ହସିନାଙ୍କୁ ବାଂଲାଦେଶ ଫେରାଇ ଆଣିବା ପାଇଁ ଭାରତ ଉପରେ ଚାପ ବଢ଼ିଛି

Leave a Reply

Your email address will not be published. Required fields are marked *