Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୟୂରଭଞ୍ଜରେ ତମ୍ବା ଓ ୟୁରାନିୟମ୍‌ ସନ୍ଧାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୟୂରଭଞ୍ଜରେ ତମ୍ବା ଓ ୟୁରାନିୟମ୍‌ ସନ୍ଧାନ


ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ୟୁରାନିୟମ୍ ଓ ତମ୍ବା ଖଣିର ସନ୍ଧାନ ମିଳିଛି। ଏହା ଦେଶର ପ୍ରତିରକ୍ଷା, ଆଣବିକ ଶକ୍ତିବୃଦ୍ଧି ଓ ଶକ୍ତି ସଞ୍ଚୟ କ୍ଷେତ୍ରକୁ ବଳ ଯୋଗାଇବ । କୁହାଯାଉଛି ଯେ ଅଷ୍ଟ୍ରେଲିଆ, ଆମେରିକା, ଜାପାନ, ରୁଷ୍, ୟୁକ୍ରେନ ଓ ୟୁରୋପୀୟ ଦେଶଗୁଡ଼ିକରେ ଯେଉଁ ମାନର ତମ୍ବା ଓ ୟୁରାନିୟମ ରହିଛି, ଏଠାକାର ମାଟିତଳେ ବି ଠିକ୍ ସେହି ମାନର ରହିଛି। ଏହାକୁ ଉତ୍ତୋଳନ କରାଗଲେ, ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇପାରିବ। ତଥ୍ୟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର କେଶରପୁର- ମଦନସାହି-ଦୁଧିଆସୋଳ ଅଞ୍ଚଳରେ ତମ୍ବା ଖଣି ସହ ମୂଲ୍ୟବାନ ୟୁରାନିୟମ୍ ଭଣ୍ଡାର ଗଚ୍ଛିତ ଅଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ୟୁଏନ୍‌ଏଫ୍ସି- ଜି-୩ ବର୍ଗରେ ପ୍ରାରମ୍ଭିକ ଅନୁସନ୍ଧାନବେଳେ ଏହି ଖଣିଜ ପଦାର୍ଥ ରହିଥିବା ଜଣାଯାଇଛି। ଏଥିପାଇଁ ୧୧୦.୪୦ ବର୍ଗ କିଲୋମିଟର ଅଞ୍ଚଳରେ ସର୍ଭେ ଶେଷ ହୋଇଛି । ଏହିସବୁ ଖଣିଜ ପଦାର୍ଥରେ ମୁଖ୍ୟତଃ ଚାଲକୋପିରାଇଟ୍ (କପର୍ ଆଇରନ୍ ସଲ୍‌ଫାଇଡ୍) ସହିତ ପାଇରାଇଟ୍(ଆଇରନ୍ ସ ଲ୍ ଫ । ଇ ଡ୍ ) ଲ୍ ଇ ପ । ଇ ର 6 ହ । ଟ । ଇ ଟ୍ (ଆଇରନ୍ ସଲ୍‌ଇଡ୍ ସହ ଗଠନଶୀଳ ଆଇରନ୍) ଏବଂ ଅଳ୍ପ ପରିମାଣର ପେଣ୍ଟଲାଣ୍ଡାଇଟ୍(ନିକେଲ-ଆଇରନ୍ ସଲ୍‌ଫାଇଡ୍)ର ସମ୍ମିଶ୍ରଣ ରହିଛି। ବୈଜ୍ଞାନିକଙ୍କ ମତରେ, ହାଇଡ୍ରୋଥର୍ମାଲ୍ (ଜଳ ତାପୀୟ) କାର୍ଯ୍ୟକଳାପ କାରଣରୁ ଏହିଭଳି ଖଣିଜ ପଦାର୍ଥ ସୃଷ୍ଟି ହୋଇଥାଏ। ଏହି ଖଣିଜ ପାଇଁ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଉନ୍ନତି ସହ ପାରିପାର୍ଶ୍ବକ ବିକାଶ ଓ ବୃଦ୍ଧି ପାଇବ। ବହୁସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ।

Leave a Reply