‘ନାରୀ ଶକ୍ତି କ୍ରାନ୍ତିର ସୂତ୍ରଧର ହୁଅନ୍ତୁ’

ରାଷ୍ଟ୍ର ସେବିକା ସମିତିର ସାମୂହିକ ପଥ ସଂଚଳନ
କଟକ: କେବଳ ଯୁବ ସମାଜ ନୁହେଁ, ମହିଳାମାନେ ମଧ୍ୟ ସ୍ଵାମୀ ବିବେକାନନ୍ଦଙ୍କ ମନ୍ତ୍ରରେ ଦୀକ୍ଷିତ ହେବାର ଆବଶ୍ୟକତା ରହିଛି। ମହିଳା ଓ ଭଗିନୀମାନେ ମଧ୍ୟ ଭଗିନୀ ନିବେଦିତାଙ୍କ ଭଳି ହେବା ଉଚିତ୍‌। ନାରୀ ଶକ୍ତି କ୍ରାନ୍ତିର ସୂତ୍ରଧର ହୁଅନ୍ତୁ ବୋଲି ମକର ସଂକ୍ରାନ୍ତି ଅବସରରେ ରାଷ୍ଟ୍ର ସେବିକା ସମିତି ପକ୍ଷରୁ ଆୟୋଜିତ ସାମୂହିକ ପଥ ସଂଚଳନରେ ଏପରି ଆହ୍ବାନ ଦିଆଯାଇଛି। ଏଥିରେ ଶତାଧ୍ଵକ ମହିଳା ଗଣବେଶ ପିନ୍ଧି କଲେଜ ଛକ ଶିଶୁମନ୍ଦିର ରୁ ବାହାରି ଯୋବ୍ରା ଓ କଲେଜ ଛକ ଅଞ୍ଚଳର ବିଭିନ୍ନ ରାସ୍ତାରେ ଘୋଷ ବାଦ୍ୟ ସହ ପଥ ସଂଚଳନ କରିଥିଲେ। ସମିତିର କ୍ଷେତ୍ର ପ୍ରଚାରିକା ଲତିକା ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନ କରିଥିଲେ। ଏଥିରେ କଟକ ଏବଂ କୋରାପୁଟ ବିଭାଗର ବିସ୍ତାରିକା ବବିତା ସାହୁ, ଜିଲା କାର୍ଯ୍ୟବାହିକା ଜ୍ୟୋତ୍ସାମୟୀ ସାହୁ, ନଗର କାର୍ଯ୍ୟବାହିକା ରାଜଲକ୍ଷ୍ମୀ ବିଶ୍ଵାଳ ଓ ସାଲେପୁର ଖଣ୍ଡ କର୍ଯ୍ୟବାହିକା ସୁଜାତା ବିଶ୍ଵାଳ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *