ବ୍ୟାସନଗର ଛତ୍ରପତି ଶିବାଜୀ ଶାଖା ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ



ବ୍ୟାସନଗର : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବ୍ୟାସନଗର ଛତ୍ରପତି ଶିବାଜୀ ଶାଖା ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ସ୍ଥାନୀୟ ମୁଣ୍ଡମାଳସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଙ୍ଗିକ ଗୀତ, ଧ୍ଵଜା ରୋପଣ, ପ୍ରଦୀପ ପ୍ରଜ୍ବଳନ, ଅତିଥି ପରିଚୟ, ଅମୃତ ବଚନ ଓ ବ୍ୟକ୍ତିଗତ ସଂଗୀତ ଗାନ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ସଂଘର ବରିଷ୍ଠ ସ୍ବୟଂସେବକ ସତ୍ୟବ୍ରତ ପୃଷ୍ଟି ଯୋଗଦେଇ ଭାରତକୁ ଏକ ପରମବୈଭବଶାଳୀ ରାଷ୍ଟ୍ର ଭାବରେ ଦେଖିବାକୁ ହେଲେ ହିନ୍ଦୁ ବିଭିନ୍ନ ଜାତିରେ ବିଭକ୍ତ ନହୋଇ ସଂଗଠିତ ହେବା ଆବଶ୍ୟକ ବୋଲି କହିଥିଲେ। ବରିଷ୍ଠ କାର୍ଯ୍ୟକର୍ତା ଦିଲ୍ଲୀପ କୁମାର ଜେନା, ଜ୍ଞାନରଞ୍ଜନ ରାଉତ, ବୀରକିଶୋର ସାହୁ, ହେମନ୍ତ ସାହୁ, ଦୀପଙ୍କର ପରିଡ଼ା, ଅମିତ ମହାନ୍ତି, ସୁଶୀଲ ଧର, ତପନ ସାହୁ, ଶୁଭକାନ୍ତ ବେହେରା, ସୁଧାଂଶୁ ଶେଖର ମଲ୍ଲ, ପ୍ରମୋଦ ରାଉତ, ଆଶିଷ ମଲ୍ଲ, ବିଭୂତି ଭୂଷଣ ସାହୁ, ସୁବ୍ରତ ପ୍ରଧାନ, ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ଇ. ଦିଗନ୍ତ ରାଉତ, ଡ. ଅକ୍ଷୟ କୁମାର ପଣ୍ଡା, ପରୀକ୍ଷିତ ଜେନା, ସୁଦର୍ଶନ ପୃଷ୍ଟି, ପ୍ରତାପ ବିଶ୍ଵାଳ, ସତ୍ୟଜିତ ଶତପଥୀ, ଅକ୍ଷୟ ଦେଓ, ଅନନ୍ତ କର, ଦେବାଶିଷ ଦାସ, ପ୍ରତାପ ରାଉତ ଯୋଗଦେଇ ମକର ସଂକ୍ରାନ୍ତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *