ଭଦ୍ରକ ବଜରଙ୍ଗ ଦଳର ବାଇକ୍ ଶୋଭାଯାତ୍ରା

ଭଦ୍ରକ ବଜରଙ୍ଗ ଦଳର ବାଇକ୍ ଶୋଭାଯାତ୍ରା

ବିବେକାନନ୍ଦଙ୍କ ଜୟନ୍ତୀ ଜାତୀୟ ଯୁବ ଦିବସ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଯୁବ ସମାଜକୁ ନିଶା ଠାରୁ ଦୂରେଇ ରଖିବା ସହ ନିଶାମୁକ୍ତ ସମାଜ ଗଠନ କରିବା ଆହ୍ବାନ ଦେଇ ବିଶ୍ବହିନ୍ଦୁ ପରିଷଦର ଯୁବ ସଂଗଠନ ବଜରଙ୍ଗ ଦଳ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର କୋଠାର ଛକ ଠାରୁ ଶହ ଶହ ଯୁବକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ଗୁଡୁପୋଖରୀ, ବୟାଙ୍ଗଡ଼ିହି, ନଦୀଗାଁ, ଅର୍ଜୁନପୁର, ଜାହାଙ୍ଗିର, ଦକ୍ଷିଣବାଡ଼, ବିରୁହା ପ୍ରଭୃତି ଅଞ୍ଚଳ ପରିକ୍ରମା କରି ଧାମନଗରସ୍ଥିତ ରାମ ମନ୍ଦିର ଠାରେ ପହଞ୍ଚି ଥିଲେ। ବଜରଙ୍ଗ ଦଳର ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ପ୍ରସନ୍ନ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ, ଧାମନଗର ବ୍ଲକ ବିଶ୍ଵହିନ୍ଦୁ ପରିଷଦର ସମ୍ପାଦକ ସଞ୍ଜୟ ସ୍ଵାଇଁ, ସୁଶାନ୍ତ ରାଉତ, ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିଜୟ କୁମାର ଦାସ, ଅଶୋକ ଦାସ, କ୍ଷୀତିଶ ରାଉତ, ରଞ୍ଜିତ ପୃଷ୍ଟି, ଦୀପକ ବାରିକ, ବୁଦ୍ଧଦେବ ଲେଙ୍କା, ସୁଶାନ୍ତ ସାହୁ, ବିଭାସ ନାଥ, ଶକ୍ତିଦତ୍ତ ଦାସ, ବିଶ୍ବଜିତ ପାତ୍ର, ରାଜେନ୍ଦ୍ର ବେହେରା, ଆଲୋକ ରାଉତ, ବିକ୍ରମ ପଣ୍ଡା, ସଞ୍ଜୟ ଦଳାଇ, ପ୍ରିୟ ରଂଜନ ପଣ୍ଡା, ଦୀପ୍ତି ରଂଜନ ଦାସ, ଆତୁତୋଷ ବୋଇତି, ସୁଶାନ୍ତ ଦାସ, ମାନସ ପରିଡ଼ା, ପ୍ରଶାନ୍ତ ପରିଡ଼ା, କଲ୍ୟାଣ ସାହୁ, ସତ୍ୟଜିତ ଦାସ, ସୁବ୍ରତ ସାହୁ, ରାମଚନ୍ଦ୍ର ଜେନା, ଅଶୋକ ଜେନା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

Leave a Reply