Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ଭାଗ ସ୍ତରୀୟ ଖେଳକୁଦ ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ଭାଗ ସ୍ତରୀୟ ଖେଳକୁଦ ଅନୁଷ୍ଠିତ


ଚମ୍ପୁଆ : ଶିକ୍ଷା ବିକାଶ ସମିତି ଓଡିଶା ତଥା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚମ୍ପୁଆ ଆନୁକୁଲ୍ୟରେ ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ଉତର
ସମ୍ଭାଗ ସ୍ତରୀୟ ଖେଳକୁଦ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ମୁଖ୍ୟ ବ୍ୟକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ଉତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର, ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରାନ୍ତସଂଗୀତ ସଂଯୋଜକ ତଥା ଉତର ସମ୍ଭାଗର ପ୍ରଭାରୀ ଜିତେନ୍ଦ୍ର କୁମାର ପଣ୍ଡା, ବିଦ୍ୟାଳୟର ସଭାପତି ରମାକାନ୍ତ ପ୍ରଧାନ, ସମ୍ପାଦକ ଭୋଳାନାଥ ମିଶ୍ର ଆଦି ଯୋଗଦେଇଥିଲେ । ସମ୍ଭାଗ ସଂଯୋଜକ କ୍ଷେତ୍ର ମୋହନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିସହିତ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାଏକ, କେନ୍ଦୁଝର ବିଭାଗ ନିରୀକ୍ଷକ ଜ୍ଞାନରନ ପାଢୀ, ମୟୁରଭ ବିଭାଗ ନିରୀକ୍ଷକ ହରିଶ ଚନ୍ଦ୍ର ପଣ୍ଡା, କେନ୍ଦୁଝର ସହବିଭାଗ ନିରୀକ୍ଷକ ଲମ୍ବଦୋର ମହାନ୍ତ, ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ଉତର ସମ୍ଭାଗ
କାର୍ଯ୍ୟାଳୟ ପ୍ରମୁଖ ପଦ୍ମଲୋଚନ ମହାନ୍ତ, ଉତର ସମ୍ଭାଗ ଖେଳକୁଦ ପ୍ରମୁଖ କୃଷ୍ଣ ଚନ୍ଦ୍ର ମହାକୁଡ, ସମ୍ଭାଗ ଶାରିରୀକ ପ୍ରମୁଖ ନରେଶ ଚନ୍ଦ୍ର ମହାନ୍ତ ଆଦି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପରିଡା ଛାତ୍ର ଛାତ୍ରୀ ମାନଙ୍କର ଏହି ପ୍ରତିଯୋଗୀତାର ମୂଳ ଦୁଆ ଅଭ୍ୟାସ ଜାରି ରଖିଥିଲେ । ନିଶ୍ଚିତ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଦିନେ ସଫଳତା ହାସଲ କରିପାରିବେ ବୋଲି ପ୍ରେରଣା ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀ କର ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ସହିତ ଶୃଙ୍ଖଳା ଜରୁରୀ ଓ ଜଣେ ଖେଳାଳି ଶୃଙ୍ଖଳିତ ବ୍ୟବହାର ବଳରେ ମହାନ ଖେଳାଳି ଭାବେ ପ୍ରତିଷ୍ଠା ଲାଭ କରିପାରିଥାଏ ବୋଲି କହିଥିଲେ । ଏହି ପ୍ରତିଯୋଗିରେ କେନ୍ଦୁଝର ଓ ମୟୁରଭ ଜିଲାର ମପଟ ୧୨ ଟି ସକୁଳର ୭୧ ଟି
ବିଦ୍ୟାଳୟରୁ ମୋଟ ୪୦୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ୭୨ ଇଭେଂଟରେ କ୍ରୀଡା ପ୍ରତିଯୋଗୀତା କରାଯାଇଥିଲା । ଏଥିରେ ୨୫ ଜଣ କ୍ରୀଡା ପରିଚାଳକ କ୍ରୀଡା ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାରେ କୃତ କାର୍ଯ୍ୟ ଖେଳାଳି କଳାହାଣ୍ଡି ଜିଲାର ଭବାନି ପାଟଣା ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାନ୍ତକ୍ରୀଡାରେ ଚଳିତ ମାସ ୩୦,୩୧ ଓ ଫେବୃଆରୀ ୧ ତାରିଖରେ ଅଂଶଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।

Leave a Reply