ଇସ୍ରୋ ଏକ ଦମ୍‌ଦାର ସିରିଜ୍ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ୨୦୨୫ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏକ ଦମ୍‌ଦାର ସିରିଜ୍ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାରତର ମହାକାଶ ଉଚ୍ଚାଭିଳାଷ ବୃଦ୍ଧି ପାଇବ । ୨୦୨୫ ପାଇଁ ଯେଉଁ ମିସନଗୁଡ଼ିକ ଧାଡ଼ିରେ ଅଛନ୍ତି, ସେଗୁଡ଼ିକ ମଧ୍ୟରେ ଅଛି- ୪ଟି GSLV ଏମ୍‌କେ-୨ ଉଡ଼ାଣ ଏବଂ ଏକ ବାଣିଜ୍ୟିକ ମିସନ ଯେଉଁଥିରେ ଶକ୍ତିଶାଳୀ ଏଲ୍‌ଭିଏମ୍‌-୩ ବ୍ୟବହାର କରାଯିବ।

ଗଗନଯାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କ୍ରୁ-ବିହୀନ ଜି-୧ ମିସନର ଟେଷ୍ଟ ଫ୍ଲାଇଟ୍‌ ରହିଛି, ଯେଉଁଥିରେ ଉନ୍ନତ ମାନବ-ରେଟେଡ୍ ଏଲ୍‌ଭିଏମ୍୩ (ଏଚ୍ଆର୍‌ଏଲ୍‌ଭି୩) ବ୍ୟବହାର କରାଯିବ। ଏହାବ୍ୟତୀତ ତିନୋଟି ପିଏସ୍‌ଏଲ୍‌ଭି ମିସନ ପାଇଁ ଯୋଜନା ରହିଛି, ଯେଉଁଥିରେ ଇଲେକ୍ଟ୍ରିକ୍ ପ୍ରପଲସନ ସିଷ୍ଟମ, କ୍ୱାଣ୍ଟମ୍ କମ୍ୟୁନିକେସନ୍ ପରୀକ୍ଷଣ ଏବଂ ପୃଥିବୀ ପର୍ୟ୍ୟବେକ୍ଷଣ ଜ୍ଞାନକୌଶଳ ସମେତ ଗୁରୁତ୍ବପୂର୍ଣ୍ଣ ପେଲୋଡ ରହିଛି। ଇସ୍ରୋ ଏକ ବାଣିଜ୍ୟିକ ଅଂଶୀଦାର ପାଇଁ ଏସ୍‌ଏସ୍‌ଏଲ୍‌ଭି ଉତ୍‌କ୍ଷେପଣ କରିବ ଏବଂ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ ଏକ ସୁରକ୍ଷା ବୈଶିଷ୍ଟ୍ୟ ଇନ୍-ଫ୍ଲାଇଟ୍ ଆବର୍ଟ ସିଷ୍ଟମ (ଟିଭିଡି୨)ର ପରୀକ୍ଷଣ କରିବ ।

Leave a Reply

Your email address will not be published. Required fields are marked *