ଗୋରୁ ବୋଝେଇ କଣ୍ଟେନର୍ ଜବତ, ୨ ଗିରଫ

ଗୋରୁ ବୋଝେଇ କଣ୍ଟେନର୍ ଜବତ, ୨ ଗିରଫ

ସୋର | ବାହାନଗା: ବାରିକପୁର ହାଟରୁ ପଶ୍ଚିମବଙ୍ଗକୁ ବେଧଡ଼କ ଗୋରୁ ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସକୁ ସଫଳତା ମିଳିପାରୁ ନଥିଲା। ତେବେ ଡିସେମ୍ବର  ୨୭ ତାରିଖ ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ କଣ୍ଟେନର୍ ଜବତ କରିଛି ସୋର ପୁଲିସ।

ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଏସ୍‌ଆଇ ସୁଦର୍ଶନ ପ୍ରଧାନ ଓ ଏଏସ୍‌ଆଇ ନନ୍ଦକିଶୋର ବିଶ୍ବାଳଙ୍କ ନେତୃତ୍ବାଧୀନ ଟିମ୍ ବାରିକପୁର ହାଟରେ ଚଢ଼ଉ କରି ଓଆର୍-୦୫-ଏଆର୍‌-୭୪୨୫ ନମ୍ବର ବିଶିଷ୍ଟ ଏକ କଣ୍ଟେନର୍‌କୁ ଜବତ କରିଥିଲେ। ସେଥିରୁ ଅମାନୁଷିକ ଭାବେ ବନ୍ଧାଯାଇଥିବା ୮ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ବାରିକପୁର ଗ୍ରାମର ଶେଖ ତାସଲିମ (୩୬) ଓ ସୋର ଥାନା ବେଲପୁର ଗ୍ରାମର ଶେଖ ତାସଲିମ (୪୬)ଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ସହଯୋଗୀମାନେ ବନ୍ଧା ଯାଇଥିବା ଗୋରୁଙ୍କୁ ଘଉଡ଼ାଇଦେବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Leave a Reply

Your email address will not be published. Required fields are marked *