ଏବିଭିପି ପକ୍ଷରୁ ଶୋଭାଯାତ୍ରା

କଟକ: ଅଖିଳ ଭାରତୀୟ  ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୪୯ତମ ରାଜ୍ୟ ଅଧିବେଶନର ଦ୍ଵିତୀୟ ଦିନରେ ଖୋଲା ଅଧିବେଶନ ସହିତ ଏକ ପଦଯାତ୍ରା ଆୟୋଜିତ ହୋଇଛି । କଲେଜ ଛକଠାରେ ହୋଇଥିବା ଖୋଲା ଅଧିବେଶନରେ ଆଜିର ଶିକ୍ଷା ବ୍ୟବସ୍ଥାରୁ ନେଇ ସମାଜିକ ସ୍ଥିତିର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅପରାହ୍ନ ୩ଟାରେ ଇନ୍‌ଡୋର ଷ୍ଟାଡିୟମରୁ ଏକ ଶୋଭାଯାତ୍ରା ବାହାରି କଲେଜଛକ ପର୍ଯ୍ୟନ୍ତ ଯିବା ସହ ସେଠାରେ ଖୋଲା ଅଧିବେଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *