ଏବିଭିପି କାମାକ୍ଷାନଗରର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଚୟନ


କାମାକ୍ଷାନଗର- ବୁଧବାର ଦିନ ଜଗନ୍ନାଥ ବଜାରଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାମାକ୍ଷାନଗର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥ୍ ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଢେଙ୍କାନାଳ ଜିଲା ପ୍ରମୁଖ ଲଳିତ କୁମାର ବେହେରା ଯୋଗ ଦେଇଥିଲେ। ଜିଲା ସଂଯୋଜକ ଶୁଭେନ୍ଦୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏବିଭିପିର ଲକ୍ଷ୍ୟ, ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ନଗରର ନୂତନ କାର୍ଯ୍ୟକାରିଣୀ ଲଳିତ କୁମାର ବେହେରା ଘୋଷଣା କରିଥିଲେ । ନଗର ସଭାପତି ଭାବେ ପ୍ରଦୀପ କୁମାର ନାୟକ, ନଗର ଉପସଭାପତି ନିର୍ମୀ କୌଶିକ ପଣ୍ଡା, ସମ୍ପାଦକ ଜ୍ଞାନ ରଞ୍ଜନ ମଲ୍ଲିକ, ସହ ସମ୍ପାଦକ ଦେବାଶିଷ ସିଂହ, ଛାତ୍ରୀଛାତ୍ର ବିକାଶ ପ୍ରମୁଖ ଓମ ପ୍ରକାଶ ସାହୁ, ଛାତ୍ରୀଛାତ୍ର ସେବା ପ୍ରମୁଖ ଅନିଲ ଖଟୁଆ, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ନିରଞ୍ଜନ ପାତ୍ର, କ୍ରୀଡ଼ା ପ୍ରମୁଖ ବାଲ୍ମିକୀ ସାହୁ, ଦୀପ୍ତି ରଞ୍ଜନ ନାୟକଙ୍କୁ ଚୟନ କରାଯାଇଥିଲା। ଏହି ସମ୍ମିଳନୀରେ ଖେଲୋ ଭାରତ ପ୍ରମୁଖ ସୌଭାଗ୍ୟ ସୌମ୍ୟରଞ୍ଜନ ଭୂୟା, ମଠକରଗୋଳା ନଗର ସମ୍ପାଦକ ଆକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply